jsm

ସୁରେଶ ନନ୍ଦ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ଯୁବ କବି ପ୍ରଶାନ୍ତ ତ୍ରିପାଠୀ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ସ୍ଥିତ ସୁରେଶ ନନ୍ଦ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ସୁରେଶ ନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ କବିତା ପାଠୋତ୍ସବରେ ଯୁବ କବି ପ୍ରଶାନ୍ତ ତ୍ରିପାଠୀଙ୍କୁ ସୁରେଶ ନନ୍ଦ ସ୍ମୃତି ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଡ଼ିଗ୍ରୀ କଲେଜ ଅଧକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ, ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ଓଡ଼ିଆ ଶିକ୍ଷକ ତଥା ବିଶିଷ୍ଟ କବି କଣ୍ଡୁରି ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ବନ୍ଧପଡା ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ନିଜର ବଳିଷ୍ଠ ସାଧନା, ଶବ୍ଦ ସଂଯୋଜନା ତଥା ରୀତି ଶୈଳୀରେ କବିତା ରଚନା ପାଇଁ ଶ୍ରୀ ତ୍ରିପାଠୀ ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ସମ୍ବଲପୁର ପକ୍ଷରୁ ‘ସାହିତ୍ୟ ସାରଥୀ’ ସମ୍ମାନ, ମାଟି ଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ପକ୍ଷରୁ ‘ମାଟିଲଗ୍ନା ବ୍ୟାସ ସମ୍ମାନ’ ଏବଂ ଚନ୍ଦ୍ରିକା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଚନ୍ଦ୍ରିକା ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

yuvodaya
Leave A Reply

Your email address will not be published.