କପିଲାଭଟା ପଞ୍ଚାୟତ ହେଡ କ୍ୱାଟରରେ ଅମୃତ ସରୋବର କାର୍ଯ୍ୟ କରିବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତର ହେଡ କ୍ୱାଟରଠାରେ ଅମୃତ ସରୋବର ଯୋଜନାରେ ଅନ୍ତର୍ଭୁକ୍ତ କରି ଗୋହିରାମୁଣ୍ଡା ପୋଖରୀରେ କାର୍ଯ୍ୟ କରିବା ପାଇଁ ଆଜି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବଙ୍ଗୋମୁଣ୍ଡା ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି । ଦାବୀପତ୍ର ଦେବା ସମୟରେ ସନ୍ତୋଷ ହଂସ, ପାର୍ଥ ହଂସ, ଧନଞ୍ଜୟ ଯାନୀ, ଜଗଦୀଶ ହଂସ, ବିନୋଦ ହଂସ, ଦେବେନ୍ଦ୍ର ହଂସ, କେତକୀ ହଂସ, କୌଶଲ୍ୟା ହଂସ, ନିଲାବତୀ ହଂସ, ଉଷା ହଂସ, ପୁଷ୍ପା ହଂସ, ହେମ ହଂସ, ଲବଣୀପ୍ରିୟା ହଂସ ପ୍ରମୁଖଙ୍କ ସହ ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ପଞ୍ଚାୟତ ହେଡ କ୍ୱାଟରରେ ଅମୃତ ସରୋବର ନିର୍ମାଣ ନ ହେଲେ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.