csstore

ସଞ୍ଜୟ ମିଶ୍ରଙ୍କ ଯୋଗିନୀ ଉପନ୍ୟାସ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସ୍ଥାନ ରାଣୀପୁର ଝରିଆଲର ଚେତନାମୟ ପୃଷ୍ଠଭୂମିରେ ଲିଖିତ ଡକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱିତୀୟ ଉପନ୍ୟାସ ଯୋଗିନୀ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାରେ ବଲାଙ୍ଗିରର ଅନ୍ୟତମ ପ୍ରକାଶକ ବଲାଙ୍ଗିର ଷ୍ଟୁଡେଣ୍ଟ ଷ୍ଟୋର, ବୀଣାପାଣୀ ପ୍ରକାଶନର ଷ୍ଟଲରେ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ କଥାଶିଳ୍ପୀ ଶ୍ରୀମତୀ ଗାୟତ୍ରୀ ସରାଫ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗିନୀ ଉପନ୍ୟାସକୁ ଲୋକାର୍ପିତ କରିଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ବ୍ଲକ ଏବିଡିଓ ରାମଦତ୍ତ ଭୋଇ ଯୋଗ ଦେଇଥିଲେ । ଯୋଗିନୀ ଉପନ୍ୟାସ ଆମ ଅଂଚଳର ଲୋକ ଜୀବନର ନିରୁତା କଥାର ସାମଗ୍ରିକ ସ୍ୱରୂପ ବୋଲି ବକ୍ତାମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ ଅଜିତ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର, ଅଧ୍ୟାପିକା ସୁନନ୍ଦିନୀ ଦାସ, ରଶ୍ମୀ ପଧାନ, ରନ୍ଥି ତିର୍କୀ, ସୁଷମା ମୋଦୀ, ଅଧ୍ୟାପକ କୌତୁକ ପନ୍ଦର, ଦିଲିପ କୁମାର କଲତା ପ୍ରମୁଖ ଉପସ୍ଥିତ ହୋଇ ଉପନ୍ୟାସ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଅରୁଣ କୁମାର ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସରାଫ ଯୋଗିନୀ ଏକ ଚମତ୍‌କାର ଉପନ୍ୟାସ ବୋଲି କହିବା ସହ ଏହା ଏସମୟର ଏକ ଅମୂଲ୍ୟ ଦସ୍ତାବିଜ ବୋଲି ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.