ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଓକିଲ ସନ୍ତୋଷ କୁମାର ଶତପଥୀ ସଭାପତି ଭାବରେ, ସୁନିଲ୍ କୁମାର ପାଣିଗ୍ରାହୀ ଉପ ସଭାପତି ଭାବରେ ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ଦିଲିପ୍ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ ଏବଂ ଯୁବ ଓକିଲ ରୋହିତ କୁମାର ଭୋଇ ସହଯୋଗ କରିଥିଲେ ।