lika

ଟିଟିଲାଗଡ଼ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଛି

gbag

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଜେପି ତରଫରୁ ବିଗତ ୨୬ ତାରିଖରେ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ର ବରିଷ୍ଠ ପ୍ରତିନିଧି ମଣ୍ଡଳୀଙ୍କ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ଼ ବିଧାନସଭା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ଟାଉନ ମିଡ଼ିଆ ସେଲ ମୁଖ୍ୟ ଅଶୋକ ମିଶ୍ର, ଆବାହକ ଗୁଲାବ ସୋନି, ସଂଯୋଜକ ସଞ୍ଜୟ ତ୍ରିପାଠୀ, ସମ୍ପାଦକ ପ୍ରଶାନ୍ତ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ପ୍ରତୀକ ମହାପାତ୍ର, ଯୁବ ସମାଜସେବୀ ନରସିଙ୍ଗ ସିଂ, ଉପସଭାପତି ସଂଜୀବ ବେହେରା, ମହିଳା ମୋର୍ଚ୍ଚା ସଭାପତି ମିତା ବେହେରା, ରାଜୁ ଅଗ୍ରୱାଲ, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ପବିତ୍ର ସାହୁ, ଚନ୍ଦନ ପଣ୍ଡା, ଅବିନାଶ ବଗର୍ତ୍ତି, ପ୍ରହଲ୍ଲାଦ ବାଗ ପ୍ରମୁଖ ଉପସ୍ଥିତ ଥିଲେ ଓ ସମ୍ବିଧାନ ଦିବସ ପାଳନ ଅବସରରେ ଟିଟିଲାଗଡ ବିଜେପି ଦଳ ସମ୍ବିଧାନର ଆଇନ ଉପରେ ବାର୍ତ୍ତାଳାପ କରିଥିଲେ । ଟିଟିଲାଗଡର ଉନ୍ନତି ଉପରେ ଚର୍ଚ୍ଚା କରିବା ସହ କିପରି ଆଗାମୀ ଦିନରେ ଟିଟିଲାଗଡରେ ବିଜେପି ଶାସନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ।

sandip
Leave A Reply

Your email address will not be published.