ଅନୁଦିତ କୋସଲି କବିତା ସଂକଲନ୍‌ର ମୁକ୍‌ଲାନ ଉଛବ୍‌ ଅନୁଷ୍ଠିତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଦିତ କୋସଲି କବିତା ସଂକଲନର ମୁକ୍‌ଲାନ ଉଛବ୍‌ ଗଲା ୧୯ ତାରିଖ ଦିନେ ବଲାଙ୍ଗିର ସାମ୍ବାଦିକ ଭବନ ନେ ଅନୁଷ୍ଠିତ୍‌ ହେଇଯାଇଛେ । କବି ଡ. ଏନ୍‌ ଗୋପୀ, କବି କେ. ଶିବା ରେଡ୍ଡି, କବି କେରେ ଜଗ୍‌ଦିଶଙ୍କର ଚାଏର୍‌ଟା ତେଲ୍‌ଗୁ କବିତା ବହିର କୋସଲି ଅନୁବାଦ କରି କବି ମଧୁସୂଦନ ଦାଶ କୋସଲି ସାହିତ୍ୟ ଜଗତ୍‌କେ ଗୁଟେ ବଡ୍‌ଗଖା ଉପହାର ଦେଇଥିଲା ବେଲ୍‌କେ ଇ’ ଚାଏର୍‌ଟା ଅନୁଦିତ କୋସଲି କବିତା ସଂକଲନ୍‌ ‘ପାନିର୍‌ ଗୀତ୍‌’, ‘ରାତି ଉଦ୍‌ଲା ବେଲ୍‌’, ‘ସମିଆଁ ତକେ ଶୁଇ ନିଦିଏଁ’ ଆର୍‌ ‘ମହନ! ଏ ମହନ’ କେ ଅତିଥିମାନେ ଖୋବ୍‌ ଗହକି ଥି ଉନ୍‌ମୋଚନ କରିଛନ୍‌ । ଇ’ ଉଛବ୍‌ ଥି ସଭାପତିତ୍ୱ କରିଥିଲେ ସମ୍ବଲପୁର ଜିଏମ୍‌ କଲେଜ ଭୀମଭୋଇ ଚେୟାରର ପୂର୍ବତନ ଚେୟାର୍‌ ପର୍‌ସନ, କୋସଲି ଭାଷା ସାହିତ୍ୟ ଗବେଷକ ଡଃ. ସନ୍ତୋଷ କୁମାର ରଥ । ଏଭର୍‌ ଅନୁବାଦ ସାହିତ୍ୟ ଜଗତର ମହାରଥୀ କବି ବଙ୍ଗାଳୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ୍‌ କରି ଉନ୍‌ମୋଚିତ ହେଇଥିବାର୍‌ ଚାର୍‌ହି କବିତା ବହିର୍‌ ଉଜଲ୍‌ ଦିଗ୍‌ ଉପରେ ଆଲୋଚନା କରିଥିଲେ । ଇ’ ଉଛବ୍‌ ନେ ‘ପାନିର୍‌ ଗୀତ’ କବିତା ବହିର୍‌ ଭିତ୍‌ରି ବାହାରି ସବୁ ଦିଗ୍‌ କେ ନେଇ ଡଃ. ସୁଶାନ୍ତ କୁମାର ବିଶି ଆଲୋଚନା କରିଥିଲା ବେଲ୍‌କେ ‘ରାତିର୍‌ ଉଦ୍‌ଲା ବେଲ୍‌’, କବିତା ବହିକେ କୋଶଲି ଗୌରବ୍‌ ରାମଭକ୍ତ ଫରିକାର, ‘ସମିଆଁ ତକେ ଶୁଇ ନିଦିଏଁ’ କବିତା ବହିକେ ଡ. ପରମେଶ୍ୱର ମୁଣ୍ଡ ଆର୍‌ ‘ମହନ! ଏ ମହନ’ କବିତା ସଂକଲନ୍‌ କେ ଲୋହିତାକ୍ଷ ଯୋଶୀ ଅଏନ୍‌ କରି ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଉନ୍‌ମୋଚିତ ହେଇଥିବାର୍‌ ବହି ମାନକର ଭିତରେ ‘ସମିଆଁ ତକେ ଶୁଇ ନିଦିଏଁ’ ଆର୍‌ ‘ମହନ! ଏ ମହନ’ କବିତା ବହିର୍‌ ମୂଲ୍‌ ତେଲ୍‌ଗୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛେ । କବି ମଧୁସୂଦନ ଦାଶଙ୍କର୍‌ ଜନମ୍‌ଦାତ୍ରୀ ମାଁ ଶ୍ରୀମତୀ ଚନ୍ଦ୍ରାବତୀ ଦାଶ ଇ’ ଉଛବ୍‌ ନେ ଉପସ୍ଥିତ ରହି ଆଶୀର୍ବାଦ ପ୍ରଦାନ କରିଥିଲେ । ଉଛବର ମୁଖ ସହଯୋଗୀ କବିଙ୍କର ପତ୍ନୀ ଶ୍ରୀମତୀ ଯୋଗମୁଦ୍ରା ହୋତା ଆର୍‌ ପୁଓ ଡ଼ଃ ସ୍ୱୟଂସିଦ୍ଧ ଦାଶ୍‌ ବି ଇନେ ଉପସ୍ଥିତ ରହି ଉଛବ୍‌ ଆୟୋଜନରେ ସହଯୋଗ କରିଥିଲେ । ଯୁବ କବି ସୁଜିତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କବିଙ୍କର ଶଶୁର ପ୍ରଫୁଲ୍ଲ ଚନ୍ଦ୍ର ହୋତା ବି ମଚାନ୍‌ କେ ଆସି ନିଜର ଆଶୀବର୍ଚନ ପ୍ରଦାନ କରିଥିଲେ ।

ଦୁଇପହରେ ବଂଧୁ ମିଲନ ସାଂଗେ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମ ସର୍‌ଲା ଉତ୍‌ରୁ ମୂଲ ହେଇଥିଲା ଦୁସରା ଅଧିବେଶନ୍‌ । ଇନେ ସଭାପତିତ୍ୱ କରିଥିଲେ ପଶ୍ଚିମ ଓଡିଶା ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାର୍‌ ନାଁ କରା ଗବେଷକ ଡ. ଫଣିନ୍ଦ୍ରମ୍‌ ଦେଓ । ଇ’ ମଚାନ୍‌ ଥି କୋସଲି ସ୍ୱାଭିମାନ୍‌ ଲାଗି କେତେଟା ଉପେ’ ଶୀର୍ଷକ ଥି ଡ଼. ପରମେଶ୍ୱର ମୁଣ୍ଡ, ଲାଲ୍‌ଚନ୍‌ ବଗର୍ତ୍ତି ଆଲୋଚନା କରିଥିଲା ବେଲ୍‌କେ ‘କୋଶଲି ଭାଷା ଲିପି’ ଉପରେ ଆଲୋଚନା କରିଥିଲେ । ଲିପି ଗବେଷକ ଡଃ ବ୍ରଜ ମୋହନ ମେହେର ଆର୍‌ ଭାଷା, ସାହିତ୍ୟ ଗବେଷକ କେଶରଂଜନ ପଧାନ । ‘କୋଶଲି ବ୍ୟାକରଣ’ ଉପରେ ଉଜନ୍‌ଦାର ବକ୍ତବ୍ୟ ରଖିଥିଲେ ଡଃ ସନ୍ତୋଷ କୁମାର ରଥ ଆର୍‌ କବି ଭୀକାରୀ ମିଶ୍ର । ନୂଆଁ ସକାଲ୍‌ ସମ୍ପାଦକ ଗୌରାଙ୍ଗ ପାଣ୍ଡେ ଆର୍‌ ଅଧ୍ୟାପକ ଦିଲିପ୍‌ ପଶାୟତ ଆର୍‌ କବି ସବିତା ମହରା ‘କୋସଲି ଭାଷାର ପ୍ରଚାର ଆର୍‌ ପ୍ରସାର୍‌’ ଉପରେ ଆଲୋଚନା କରିଥିଲେ । ‘କୋସଲି ଭାଷାର ବିକାଶ ଆର୍‌ ଅନୁବାଦ’ ଟପିକ୍‌ ଥି ରାମଭକ୍ତ ଫରିକାର ଆର୍‌ ଲୋହିତାକ୍ଷ ଯୋଶୀ ଆଲୋଚନା କରିଥିଲେ । ଆଲୋଚନା ଉତ୍‌ରୁ କୋସଲୀ ଭାଷାର ଭିନେ ଭିନେ ଦିଗ କେ ନେଇକରି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବି ଆୟୋଜିତ ହେଇଥିଲା । ଇ’ ବହି ମୁକଲାନ ଉଛବ୍‌ ଥି ସହରର କବି, ଲେଖକ, ଜ୍ଞାନୀଗୁନୀ ଗୁର୍‌ଦୁ ଲୋକ ଠୋଲ୍‌ ହେଇ ମାଁ ମାଏଟ୍‌ର ଭାଷା ସାହିତ୍ୟ କେ ଆର୍‌ ଉଭାଗର କର୍‌ବାର୍‌ ଥି ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.