jsm

କଣ୍ଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଂଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆମ୍ବେଦକର ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ଜୟନ୍ତୀ ମହୋତ୍ସବ ପାଇଁ କମିଟି ଚୟନ କରାଯାଇଥିଲା । ତେବେ ସର୍ବ ସମ୍ମତିକ୍ରମେ ସାମ୍ବାଦିକ ସୁରଦାସ ବାଗ ସଭାପତି ଭାବେ ଚୟନ ହୋଇଥିବା ବେଳେ ଯୁବ ସାମ୍ବାଦିକ ରୋହନ କୁମାର ମହତ ସଂପାଦକ, କୋଷାଧ୍ୟକ୍ଷ ଭାବେ ପ୍ରତାପ ସୁନାଙ୍କୁ ଚୟନ କରାଯାଇଥିଲା । ସେହିପରି ଉପଦେଷ୍ଟା କମିଟିରେ ସମାଜସେବୀ ରମେଶ ମହାନନ୍ଦ, ରତିନ୍ଦ୍ର ରାଏ, ବିବେକାନନ୍ଦ ରାଏ, ତପନ ବଏ, ସଦାନନ୍ଦ ବାଗ, ମନୋଜ ତାଣ୍ଡି, ସୁଦର୍ଶନ ପନିକା, ଗିରିରାଜ ସିଂ ମାଝି, ସାନ୍ତ ସୁନା, ବବ୍‌ରୁ ବାହାନ ନାଗ, ରାଜୁ ଛତ୍ରିଆ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଚଳିତ ବର୍ଷ ଧୁମ୍‌ଧାମ୍‌ରେ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ । ଏକ ବିରାଟ ଶୋଭାଯାତ୍ରା ପାରମ୍ପରିକ ବାଦ୍ୟଯନ୍ତ୍ରରେ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ଥିବା ବେଳେ ସଭା ସମିତିି ଆୟୋଜନ କରାଯାଇ ଅଂଚଳର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ । ଏହି ବୈଠକରେ ଅମରେନ୍ଦ୍ର ବାଗ, ଜଗମୋହନ ତାଣ୍ଡି, ଶ୍ରୀରାଜ ମହାନନ୍ଦ, ବିଶାଲ ମଜଖଣ୍ଡ, ଗିରିଧାରି ସିନ୍ଧୁର, ଅନୁପ ଖୁରା, ପ୍ରଶାନ୍ତ ଖୁରା, ରେଶବ ମହାନନ୍ଦ, ରିଙ୍କୁ ତାଣ୍ଡି, ବିଶାଲ ତାଣ୍ଡି, ହିମାଂସୁ ବଏ, ଅଭିରାମ ତାଣ୍ଡି, ବ୍ରହ୍ମସିଂ ମହାନନ୍ଦ, ଛବି ବାଗ, ତୁଲସୀରାଜ ଜଗତ, ୟୋଗେସ ପନିକା, ଗୋବିନ୍ଦ ତାଣ୍ଡି, ଯୋଗୀପ୍ରସାଦ ବାଗ, ଜେନାରାମ ମାହାର, ମନ୍ତୋଷ ବାଗ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.