csstore

ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

  • ସଭାପତି ଭାବେ ମାନଭଞ୍ଜନ ଓ ସମ୍ପାଦକ ଭାବେ ଜପେଶ୍ୱର ନିର୍ଦ୍ଵନ୍ଦରେ ନିର୍ବାଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ସଭାପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜପେଶ୍ୱର ଯାନୀ ସମ୍ପାଦକ, ଉପସଭାପତି ବିଶ୍ଵନାଥ ସୁଆର, ଯୁଗ୍ମ ସମ୍ପାଦକ ବେଦବ୍ୟାସ ଭୋଇ ଓ କୋଷାଧ୍ୟକ୍ଷ ଭାବେ ସୋମନାଥ ପ୍ରଧାନ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଏହି ସଂଘରେ କାର୍ଯ୍ୟକାରୀ ସଦସ୍ୟ ଆଇନଜୀବୀ ଜ୍ୟୋତ୍ସ୍ନାରାଣୀ ବାଗ, କିଶୋର ଅଗ୍ରୱାଲ, ଦ୍ରୌପତି ପାତ୍ର, ମାନସ ରଞ୍ଜନ ପୃଷେଠ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଉକ୍ତ ନିର୍ବାଚନକୁ ବରିଷ୍ଠି ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସରପଞ୍ଚ ସଂଘ ସଭାନେତ୍ରୀ ଗୀତାଞ୍ଜଳି ପଣ୍ଡା, ପୂର୍ବତନ ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଓ ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

jayashree
Leave A Reply

Your email address will not be published.