pakka

ଜମି ମାଫିଆ ଟିମନ୍‌ର ହୋଟେଲ୍‌ ପ୍ରିୟା ଉପରେ ଝପ୍‌ଟି ପଡ଼ିଛି ବଲାଙ୍ଗିର ପୁଲିସ୍‌ର ବହୁ ଚର୍ଚ୍ଚିତ ବୁଲ୍‌ଡୋଜର୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ମାଫିଆ ଟିମନ୍‌ର ପ୍ରିୟା ହୋଟେଲ୍‌ ଉପରେ ଆଜି ଅପରାହ୍ନରେ ଝପ୍‌ଟି ପଡ଼ିଛି ବଲାଙ୍ଗିର ପୁଲିସ୍‌ର ବହୁ ଚର୍ଚ୍ଚିତ ବୁଲ୍‌ଡୋଜର୍‌ । ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ପଥରଚେପା ଠାରେ ରହିଥିବା ଏକ ବିରାଟ ହୋଟେଲ୍‌କୁ ଧୂଳିସାତ୍‌ କରାଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ପୁଲିସ୍‌ର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜାରି ରହିଥିବା ବେଳେ ଗତକାଲି ଜମି ମାଫିଆ ବହୁଚର୍ଚ୍ଚିତ ଅପରାଧୀ ଟିମନ୍‌ର ଗଡ଼ ଭାଙ୍ଗିବା ଆରମ୍ଭ ହୋଇଥିଲା । ସ୍ଥାନୀୟ ପଥରଚେପାରେ ରହିଥିବା ଟିମନ୍‌ର କାର୍ୟ୍ୟାଳୟ ଓ ଲର୍କିପାଲି ସ୍ଥିତ ଟିମନ୍‌ର ବାସଗୃହରେ ଗତକାଲି ପୋଲିସ ଜେସିବି ଲାଗିଥିବା ବେଳେ ଟିମନ୍‌ ଓରଫ୍‌ ଶ୍ରୀକାନ୍ତ କୁମ୍ଭାରର ଗଡ଼ ଧ୍ୱଂସ କରିବା ଆରମ୍ଭ କରିଥିଲା । ସରକାରୀ ଜମିକୁ ଅକ୍ତିଆର କରି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଥିବା ଭଳି ଅଭିଯୋଗକୁ ଭିତ୍ତି କରି ତାୱଡ଼୍‌ତୋଡ଼୍‌ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗିର ପୁଲିସ୍‌ । ସୂଚନାଯୋଗ୍ୟ ଯେ, ଅପରାଧୀ ଟିମନ୍‌ ପୂର୍ବରୁ ବେଆଇନ ଜମି କାରବାର ତଥା ଅନ୍ୟାନ୍ୟ ଅପରାଧିକ ମାମଲାରେ ବାରମ୍ବାର ଜେଲ୍‌ ଯାଇଥିବା ବେଳେ ଏବେ ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଜମିରେ ରହିଥିବା ଅପରାଧୀମାନଙ୍କ ଆଡ୍‌ଡ଼ା ଭଂଗା ଜାରି ରହିଛି । ତେବେ ଗତକାଲି ଜମି ମାଫିଆ ଟିମନ୍‌ର ପଥର୍‌ଚେପାର ଅଫିସ୍‌ ଓ ଲର୍କିପାଲିର ଆଲିସାନ୍‌ ବଙ୍ଗଳା ଭଂଗା ଯାଇଥିବା ବେଳେ ଆଜି ପଥରଚେପା ଠାରେ ରହିଥିବା ଜମି ମାଫିଆ ଟିମନ୍‌ର ପ୍ରିୟା ହୋଟେଲ୍‌କୁ ପୁଲିସ୍‌ ବୁଲ୍‌ଡୋଜର୍‌ ଧରାଶାୟୀ କରିଛି ।

Leave A Reply

Your email address will not be published.

5 × 4 =