ବନମାଲରେ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ସନ୍ଧ୍ୟାରାଣୀ ପଣ୍ଡା ଓ ଲିନା ବାବୁ ବେଲପଡା ବ୍ଲକର ବନମାଲ ଗାଁକୁ ଯାଇ ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍ଲାକୁ ଇଟାଭାଟିରେ କାମ କରିବା ପାଇଁ ଯାଇ ସେଠାରେ ମୃତ୍ୟୁ ହୋଇଥିବା ସ୍ୱର୍ଗତ ଶୁକଦେବ ପରାଭୁଏଙ୍କ ବିଧବା ପତ୍ନୀ ଓ ନାବାଳିକା ଶିଶୁ କନ୍ୟା କୈକେୟା(୧୨) ଏବଂ ପୁତ୍ର ପବିତ୍ର(୧୧)ଙ୍କୁ ଭେଟିଛନ୍ତି । ଶିଶୁମାନଙ୍କୁ ମିଶନ୍‌ ବାତ୍ସଲ୍ୟ ଯୋଜନାରେ ଯତ୍ନ, ସୁରକ୍ଷା ଓ ଥଇଥାନର ବ୍ୟବସ୍ଥା କରାଯିବାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ । ପ୍ରାଥମିକ ତଥ୍ୟାନୁଯାୟୀ ଉପରୋକ୍ତ ଶିଶୁଦ୍ୱୟ ନିଜ ଗାଁର ବନମାଲ ୟୁପି ସ୍କୁଲରେ ୮ମ ଓ ୬ଷ୍ଠ ଶ୍ରେଣୀର ଛାତ୍ର ଥିବା ବେଳେ ବାପା ମାଆ ପେଟପାଟଣା ପାଇଁ ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍ଲାର ଏକ ଇଟାଭାଟିକୁ ଗତ ମାର୍ଗଶୀର ମାସରେ ଯାଇଥିଲେ । ମୃତକ ଶୁକଦେବ ପରାଭୁଏ ସରକାରୀ ଯୋଜନାରୁ ପିଡିଏସ୍‌ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଥିବା ବେଳେ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ସରପଞ୍ଚ ଙ୍କ ଦ୍ୱାରା ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ଦିଆଯାଇଥିବା ବେଳେ ଅତିଶୀଘ୍ର ଜାତୀୟ ପରିବାର ସୁରକ୍ଷା ଅଧିକାର ସହାୟତା ନିୟମାନୁଯାୟୀ ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ପୃଷ୍ଠ ପୋଷକତା ଆର୍ଥିକ ସହାୟତାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

3 × 4 =