csstore

ମ.ରାମପୁରର ପ୍ରସିଦ୍ଧ ରାମଲୀଳା

  • ଅପ୍ରେଲ ୭ରୁ ୧୧ ଯାଏଁ ହେବ ସଂପୂର୍ଣ୍ଣ ରାମାୟଣ

ମ.ରାମପୁର, (ହେମନ୍ତ ସାହୁ) : ରାମଲୀଳା ସମୟ ଆସିଲେ ସମସ୍ତେ ଉତ୍କଣ୍ଠିତ ହୋଇ ଚାହିଁ ରହିଥାନ୍ତି ମ.ରାମପୁରର ପ୍ରସିଦ୍ଧ ରାମଲୀଳା କେବେ ଆରମ୍ଭ ହେବ ଜାଣିବାକୁ । ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ସଂପୂର୍ଣ୍ଣ ରାମାୟଣ ଅପ୍ରେଲ ମାସ ୭ ତାରିଖରୁ ୧୧ ତାରିଖ ଯାଏଁ ହେବ ବୋଲି ଜଣାପଡିଛି । ଏଥିପାଇଁ ଏକ ଚୂଡ଼ାନ୍ତ ବୈଠକ ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ନାଟକର ଲେଖକ, ନିର୍ଦ୍ଦେଶକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ନାଟକ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମ୍‌ରେ ଏହି ପାଂଚଦିବସୀୟ ରାମଲୀଳା ମଂଚସ୍ଥ ହେବ ବୋଲି ପ୍ରକାଶ କରିଥିଲେ । ବୈଠକ ପ୍ରାରମ୍ଭରେ ପୂର୍ବତନ ସାଂସ୍କୃତିକ ସଂପାଦକ ସ୍ୱର୍ଗତ ସୁରେଶ କେଡ଼ିଆଙ୍କ ନିକଟରେ ବିୟୋଗ ଘଟିଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିବର ପ୍ରାର୍ଥନା କରାଯାଇଥିଲା । ସଂପାଦକ ବୀରେନ୍ଦ୍ର ରଥ ପୂର୍ବ ବୈଠକର ବିବରଣୀ ସହିତ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉପସଭାପତି ଲଳିତ କୁମାର ମହାଲିକ, ସାଂସ୍କୃତିକ ସଂପାଦକ ଜୟନ୍ତ ନାୟକ ନିଜ ନିଜ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ମିହିର କୁମାର ଦୁବେ, ଦୀନବନ୍ଧୁ ମହାରଣା, ନାରାୟଣ ମହାଲିକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.