csstore

ପାର୍ବତୀ ଗିରିଙ୍କ ନାମରେ ମହିଳା କଲେଜର ନାମକରଣ କରିବାକୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବରଗଡ଼ ମହିଳା କଲେଜକୁ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ନାମରେ ନାମିତ କରିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ ହୋଇ ପାରିତ ହୋଇଥିଲା । ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗକୁ ବଢ଼ିବାକୁ ‌ହେଲେ ସବୁ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ସମିତିର ସଭାନେତ୍ରୀ ବନଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ମୌସମି ଲିଜା, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରୀତମ ସିଂ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ଅନୁପମା ଦାସ ସର୍ବ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ପଦ୍ମିନୀ ସାହୁ ପରିଚାଳନା କରିଥିବା ବେଳେ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦିକା ପ୍ରତିମା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.