pakka

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

kalikesh

ପାଟଣାଗଡ଼, (ସଦାଶିବ ସରାଫ) : ଆଜି ବରପଦର ପଞ୍ଚାୟତ ଅଫିସ ପରିସରରେ ପାଟଣାଗଡ଼ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ ଅରୁଣ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ସହ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସରେ ସ୍ଥାନୀୟ ଏସଡ଼ିଜେଏମ ଲୋପାମୁଦ୍ରା ପ୍ରକାଶ, ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀ, ଉପଖଣ୍ଡୀୟ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ବରିଷ୍ଠ ଆଇନଜୀବୀ ଶ୍ରୀମତ ପାଣିଗ୍ରାହୀ ଓ ଭକ୍ତ ରାମ ବାଗ ଯୋଗଦେଇ ମହିଳାମାନଙ୍କ କର୍ତ୍ତବ୍ୟ ଓ ଅଧିକାର, ସେମାନଙ୍କ ପାଇଁ ଥିବା ଆଇନ ଶୃଙ୍ଖଳା ଉପରେ ଆଲୋକପାତ କରିଥିଲେ । ପ୍ରଜ୍ଞାଶ୍ରୀ ଧଳ ସଭା ପରିଚାଳନା କରିଥିଲେ । ଏହି ମହିଳା ଦିବସରେ ବହୁ ସଂଖ୍ୟରେ ମହିଳାମାନେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମନୋଜ ବାଗ ଧନ୍ୟବାଦ ଦେଇଥିଲେ ।

pp
Leave A Reply

Your email address will not be published.

eighteen − two =