pakka

ବେଆଇନ ଏସ୍‌କଫ କଫ ସିରପ୍‌ ବିକ୍ରେତାକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବେଆଇନ ଏସ୍‌କାଫ କଫ ସିରପ୍‌ ବିକ୍ରେତାକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟା ୭ଟା ୪୫ମିନିଟ୍‌ ସମୟରେ ବଲାଙ୍ଗିର ସହର କନ୍ଧପାଲିର ରକି ଓରଫ ରଙ୍କି ବାରିକ(୩୪)କୁ ଗିରଫ କରାଯାଇଥିବା ବେଳେ ତା’ଠାରୁ ୪୧ଟି ସିଲ୍‌ ଥିବା ଏସ୍‌କଫ କଫ ସିରପ୍‌ ବୋତଲ, ୩ ଷ୍ଟ୍ରିପ୍‌ ଆଲ୍‌ଫାଜେଲମ୍‌ ଆଇପି ୦.୫୦ ଏମଜି ଟାବଲେଟ, ୬୦୦ମି.ଲି. ନାରଙ୍ଗି ରଙ୍ଗ ପାଣି ଭର୍ତ୍ତି ପାଣି ବୋତଲ ସହ ୧୫ ଶହ ୮୦ ଟଙ୍କା ଜବତ କରାଯାଇଛି । ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ବୁଦ୍ଧଦେବ ବିଶ୍ଵାଳ ମାମଲାର ତଦନ୍ତ କରି ଅପରାଧୀ ରକି ଓରଫ ରଙ୍କି ବାରିକକୁ ଆଜି ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

sixteen − 3 =