csstore

ୟୁଥ ହଷ୍ଟେଲ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲ ରାଉରକେଲା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୩ ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଜାତୀୟ କାଉନସିଲ ସଭ୍ୟ ନିରଞ୍ଜନ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଆଇଟିର ସହ ରେଜିଷ୍ଟାର ସ୍ବାଗତିକା ସାହୁ ମୁଖ୍ୟଅତିଥି, ପ୍ରଫେସର ଡଃ କିଶୋରୀ ଦାଶ ମୁଖ୍ୟ ବକ୍ତା ଓ ଲତା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏହି ଦିବସ ପାଳନର ଆବଶ୍ୟକତା ଓ ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା, ସମରକାନ୍ତ ମଲ୍ଲିକ, ନିରଞ୍ଜନ ସାମଲ, ରବି ଦାସ, ପ୍ରଫେସର ଏସ୍‌ ଜୟଥୁ, ସାଗରିକା ମଲ୍ଲିକ, ପିସି ମିଶ୍ର, ପିବି ସାଜି, ଲୁସି ଦାଶ, କଳ୍ପନା ଲେଙ୍କା, ମୀନାକ୍ଷୀ ପାଢୀ ସମେତ ବହୁ ସଦସ୍ୟା ତଥା ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସହ ଅନ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.