pakka

ହାପି ମୋମେଣ୍ଟସ ଓ ଆଇବିଡବ୍ଲୁଏ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେଣ୍ଟସ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନଆଇଟିର ରେଜିଷ୍ଟାର ରୋହନ ଧୀମାନୀ, ସମାଜସେବୀ କୁମାର ବେହେରା, କମଲ ଅଗ୍ରୱାଲ, ଅଶୋକ କକ୍କଡ, ରିଶି ଆର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୬ଟି ରାଜ୍ୟରୁ ଆସିଥିବା ବିଶିଷ୍ଟ ମହିଳା ଓ ସହରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪୪ଜଣ ମହିଳାଙ୍କୁ ମାନପତ୍ର, ମୋମେଣ୍ଟୋ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏଲିନା ମହାନ୍ତି, ମିତା ପ୍ରଧାନ ପ୍ରମୁଖ କବିତା ପାଠ କରିଥିବା ବେଳେ ଅନ୍ୟମାନେ ନୃତ୍ୟ, ସଂଗୀତ, ମଡେଲିଂ ଆଦି ପ୍ରଦର୍ଶିତ କରାଯାଇଥିଲା । ସମାଜସେବୀ ଅନିତା ଅଗ୍ରୱାଲ ଓ ସନ୍ଥମା ପିଲାଇଙ୍କୁ ତାଙ୍କ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଦୀପ ବିଶୋଇ, ରଶ୍ମିତା ପଣ୍ଡା, ଲିତାଞ୍ଜଳୀ ପତି, ଲୀନା ବିଶ୍ବାଳ, ମୋନାଲିସା ସାହୁ, ମୋହନ ପଟ୍ଟନାୟକ, ରବର୍ଟ ହାଇଫିଲ, କଲ୍ୟାଣୀ ଦାସ, ଧନଲକ୍ଷ୍ମୀ ବେହେରା, ତରୁଲତା ସାମଲ, ସଲିତ ପତି, ଦିବାକର ଦାସ, ରାମଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

2 × 4 =

error: Content is protected !!