csstore

ଓଡିଶା ଥିଏଟର ଏକାଡ଼େମୀ ଓ ପରିଚୟ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଥିଏଟର ଏକାଡ଼େମୀ ଓ ନାଟ୍ୟାନୁଷ୍ଠାନ ପରିଚୟର ମିଳିତ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ପରିଚୟର ସଂପାଦକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ପ୍ରଫେସର ଡଃ କିଶୋରୀ ଦାଶ, ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ଷେତ୍ର ଯଥା ସଂଗୀତ, ନାଟକ, ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩୪ ଜଣଙ୍କୁ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜ୍ୟୋସ୍ନାରାଣୀ ସାହୁଙ୍କ ମଂଚ ସଂଯୋଜନାରେ ସର୍ବଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ବଳ, ସୁରେନ୍ଦ୍ର ପାଢୀ, ପ୍ରଭାକର ପାତ୍ର, ପଲ୍ଲବ ଚାଟାର୍ଜୀ, ଦେବସ୍ମିତା କୁଣ୍ଡୁ, ପୂଜା ସେନାପତି ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଫୁଲ୍ଲଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.