csstore

ଓମେନ୍ସ ଆଚିଭର୍ସ ଅଫ ଓଡ଼ିଶା ଆୱାର୍ଡ ଜିତିଲେ ଢେଙ୍କାନାଳ ଝିଅ ଅଙ୍କିତା

ଢେଙ୍କାନାଳ, (କେପିଏନ୍‌ଏସ୍‌) : ସାଧନ ଓ ଧର୍ଯ୍ୟର ସହ ସବୁ ସୁବିଧା ଅସୁବିଧାକୁ ସାମ୍ନା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ସମ୍ମାନ ପାଇଁ ପାଳନ କରାଯାଏ ବିଶ୍ୱ ମହିଳା ଦିବସ । ପ୍ରମେୟ ଏବଂ ନିୟୁଜସେଭେନ ପରିବାରର ମିଳିତ ଆୟୋଜନରେ ଏଭଳି ଏକ ଉତ୍ସବ ପାଳିତ ହୋଇଛି, ଦୁର୍ଗମ ଅଞ୍ଚଳର କ୍ରୀଡାବିତ ହେଉ କିମ୍ବା ଅନ୍ଧାରିମୂଲକର ସାହା ବିଭିନ୍ନ କ୍ଷେତ୍ରରେ ନିଜକୁ ନିୟୋଜିତ କରି ସମାଜ ପାଇଁ ଉଦାହରଣ ସାଜିଥିବା ବ୍ୟକ୍ତିତ୍ୱଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା । ଏଭଳି ଏକ ଭବ୍ୟ ସମାରୋହରେ ସମ୍ମାନିତ ହୋଇଛନ୍ତି ଢେଙ୍କାନାଳ ମାଟିର ଝିଅ ଅଙ୍କିତା ସାହୁ ।

ଅଳ୍ପ ବୟସରୁ ସେବା ମନୋଭାବ ନେଇ ସମାଜସେବାକୁ ବ୍ରତ କରି ନିଃସ୍ଵାର୍ଥପର ଭାବେ ସେବା କରିଆସୁଛନ୍ତି ଅଙ୍କିତା । ଏପରିକି ଦୀର୍ଘ ୧୨ ବର୍ଷ ହେବ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଋତୁସ୍ରାବଜନିତ ସ୍ୱଚ୍ଛତା ଉପରେ ସଚେତନ କରିବା ସହିତ ମାଗଣାରେ ସାନିଟାରୀ ନାପକିନ୍ ବଣ୍ଟନ କରିଆସୁଛନ୍ତି । ସୂଚନା ଥାଉକି, ପୂର୍ବରୁ ମୁଭି ସ୍ୱୟଂ ସମ୍ପୂର୍ଣ୍ଣା ସମ୍ମାନରେ ବାଚସ୍ପତିଙ୍କ ଠାରୁ ସମ୍ମାନିତ ହେବା ସହ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିବା ବେଳେ ବନ୍ୟା ସମୟରେ ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା କ୍ଷତିଗ୍ରସ୍ତ ମହିଳାଙ୍କୁ ସାନିଟାରୀ ପ୍ୟାଡ଼ ବଣ୍ଟନ କରି ‘ପ୍ୟାଡ଼ ଓମେନ’ର ଆକ୍ଷା ପାଇଛନ୍ତି ।

jayashree
Leave A Reply

Your email address will not be published.