csstore

ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ : ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ରଖିଲେ ଅଭିଭାବକମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଅଭିଭାବକମାନେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁମେରବାହାଲ୍‌ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଦୀର୍ଘ ୩ ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିବା ବେଳେ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରୀ କରାଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇ ପାରିନଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ । ତେବେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବିଷୟରେ ଲିଖିତ ଭାବେ ଜଣାଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି ।

jayashree
Leave A Reply

Your email address will not be published.