pakka

ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା, ରାଲି, ପ୍ରଥପ୍ରାନ୍ତ ସଭା, ଟିବି ଚାମ୍ପିୟନ, ସ୍ୱେଚ୍ଛାସେବୀମାନଙ୍କୁ ନେଇ କର୍ମଶାଳା ଆଦି ସମାହିତ ହୋଇ ମହାମାରୀ ଯକ୍ଷ୍ମା ରୋଗର ନିରାକରଣ, ମୂଳଉତ୍ପାଟନ, ପ୍ରାଦୁଭାବର ଲକ୍ଷଣ, ଦୂରୀକରଣ ଆଦି ଉପରେ ଲୋକଙ୍କୁ ସଚେତନତା କରାଇ ଟିବି ମୁକ୍ତ ଅଭିଯାନ ପାଇଁ ସଫଳ ପ୍ରୟାସ ଜାରି ରଖାଯାଇଛି ।

ଗଞ୍ଜାମ ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ୩ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ସମସ୍ତ ବ୍ଲକର ୪୫ ଜଣ ଟିବି ଚାମ୍ପିୟନମାନଙ୍କୁ ନେଇ ବ୍ରହ୍ମପୁର ମହାନଗରର ବୈକୁଣ୍ଠନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଅବନୀ କୁମାର ପାତ୍ରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା । ପ୍ରଥମ ଦିନରେ ତାଲିମ ଶିବିରରେ ଯକ୍ଷ୍ମା ଯୁଦ୍ଧାମାନଙ୍କ ଭୟାବହତା ଓ ନିରାକରଣ ଉପରେ ଡ଼ା. ଗୀତିମୟ ପଟ୍ଟନାୟକ ବୁଝାଇଥିଲେ । ପରବର୍ତ୍ତୀ ସମୟରେ ଯକ୍ଷ୍ମାକୁ ୨୦୨୫ ସୁଦ୍ଧା ହଟାଯାଇ ପାରିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ବିଦେଶୀ ଜେନା ଆଲୋକପାତ କରିଥିଲେ । ପରେ ସମଗ୍ର ଦେଶରୁ ଟିବି ମୂଳଉତ୍ପାଟନ ସାକାର କରିବା ନେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରଖାଯାଇଛି । ଜିଲ୍ଲା ସଂଯୋଜକ ସୁଧୀରକାନ୍ତ ବେହେରା ଏବଂ ରାଜ୍ୟ ଟିମ୍ ଲିଡର ଲକ୍ଷ୍ମୀଧର ସିଂ ଟିବି ଚାମ୍ପିୟନମାନଙ୍କୁ ନିଜସ୍ଵ କାହାଣୀ ଓ ପ୍ରତିବନ୍ଧକ ଉପରେ ଅତି ସରଳ ଭାବରେ ବୁଝାଇଥିଲେ । ପରିଶେଷରେ ସମସ୍ତ ଟିବି ଚାମ୍ପିୟନମାନଙ୍କୁ ନେଇ ଉଚ୍ଚସ୍ତର ଅଧିକାରୀ ପ୍ରମୁଖଙ୍କ ସହ ଗଞ୍ଜାମ ଜିଲ୍ଲାରୁ ଟିବି ମୁକ୍ତ ପାଇଁ ଶପଥ ପାଠ କରାଯାଇଥିଲା ।

jay balangir
Leave A Reply

Your email address will not be published.

four + 13 =