csstore

ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସର୍ବୋଦୟ ନୋଡାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାକାନ୍ତ ସୁଆରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବିଜ୍ଞାନ ଦିବସରେ କିଶୋର ପାତ୍ର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଲୁହାସିଂହା ସରପଞ୍ଚ ସିମାଞ୍ଚଲ ପୁରୋହିତ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ରାଜେଶ କୁମାର ମିଶ୍ର, ଛତାମଖନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳମଣି ପଟେଲ, କନ୍ଧକେଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଗୋପାଲ ଖମାରୀ ଶର୍ମା, ଗାଈବାହାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରା ଯୋଗ ଦେଇଥିଲେ । ଏହା ସହ ରିସର୍ଚ ଟିମ୍‌ ସଦସ୍ୟ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ, ଅନିଲ କୁମାର ନନ୍ଦ , ବିଶ୍ୱଜିତ୍ ପଧାନ ଉପସ୍ଥିତ ରହି ବ୍ଲକର ଉଚ୍ଚ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ଓ ରିସର୍ଚ ଟିମ୍‌ ଦ୍ଵାରା ବିଜ୍ଞାନ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ କରିଥିଲେ । ଉପସ୍ଥିତ ଅତିଥି ମାନେ ବିଜ୍ଞାନ ଯୁଗରେ ବିଜ୍ଞାନର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ରାକେଶ ସାହୁ, ନିୟତି ସାହୁ, ରାକେଶ ମେହେର, ବିଜୟ ନାଏକ, ବସନ୍ତ ସୁନା, ବିଦେଶୀ ସାହୁ, ପୁଷ୍ପାଞ୍ଜଳି ପୁରୋହିତ, ରିତା ତ୍ରିପାଠ, ନବକୃଷ୍ଣ ଦେବତା, ଅମର କୁମାର ସାହୁ, ମୋହିନୀ ସାହୁ, ଭାରତୀ ମହାନନ୍ଦ, ଉମେଶ ବଢେଇ, ଦେବରାଜ ପାଣିଗ୍ରାହୀ, କୁଞ୍ଜ ବିହାରୀ ସରାଫ ସହଯୋଗ କରିଥିବା ବେଳେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.