jsm

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଗଞ୍ଜାମ ସାରସ୍ୱତ ସଙ୍ଘର ୪୬ତମ ବାର୍ଷିକୋତ୍ସବ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ପୁଇଁତୋଳା ଗ୍ରାମରେ ରହିଥିବା ଗଞ୍ଜାମ ସାରସ୍ୱତ ସଂଘ, ଗଞ୍ଜାମଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ୪୬ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ରବିବାର ସକାଳ ୪.୦୦ଟାରେ ଶୁଭାରମ୍ଭ ଉକ୍ତ ଉତ୍ସବରେ ପ୍ରଭାତୀ କୀର୍ତ୍ତନ, ପ୍ରତୀକ୍ଷା, ଆବାହନ, ଠାକୁରଙ୍କ ସୋଡ଼ସ ଉପଚାର ପୂଜା, ଆରତୀ, ସ୍ତୋତ୍ରବନ୍ଦନା, ସଦଗନ୍ଥ ପାଠ ସହିତ ଜୟଗୁରୁ କୀର୍ତ୍ତନ ଠାକୁରଙ୍କ ପୂଜା କରାଯାଇଥିଲା । ଉକ୍ତ ଉତ୍ସବରେ ଜିତେନ୍ଦ୍ର କୁମାର ଗୌଡ଼ (ଜିଲ୍ଲା ସଦସ୍ୟ ଗଞ୍ଜାମ), ରମେଶ ଗୁରୁଦାସ (ସଭାପତି ଗଞ୍ଜାମ ସଙ୍ଘ), ସୁଦାମ ଚରଣ ସାହୁ (ସମ୍ପାଦକ ଗଞ୍ଜାମ ସଙ୍ଘ), ନଳିନୀ କାନ୍ତ ରାଉତ (ବରିଷ୍ଠ ସଂଘସେବୀ), ଅରୁଣ କାନ୍ତ ସାହୁ (ଉପଦେଷ୍ଠା ଗଞ୍ଜାମ ସଙ୍ଘ) ଏବଂ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ୬୦ ଜଣ ଗୁରୁଭାଇ ଓ ଗୁରୁମାମାନେ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.