jsm

ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ୍‌ ଟେନ୍‌ସନ୍‌

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ ଟେନ୍‌ସନ୍‌ । ଗତ କିଛି ଦିନ ହେଲା ମାତିଛି ବଲାଙ୍ଗିର ପୋଲିସ । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଜାରି ରଖିଛି ଜିରୋ ଟଲୋରାନ୍ସ ନୀତି । ଦିନ୍‌ ଦାହାଡା ବିଚ୍‌ ବଜାରରେ କ୍ରାଇମ୍‌ କରି ଆତଙ୍କ ସୃଷ୍ଟି କରିଥିବା ହାବିଚୁଏଲ୍‌ କ୍ରିମିନାଲମାନଙ୍କୁ ଗରଫ୍‌ କରି ସେମାନଙ୍କ ନାନା ପ୍ରକାର ଆଡ୍ଡାକୁ ଧୂଳିସାତ୍‌ କରିବାକୁ ସାମାନ୍ୟ ବି ପଛଘୁଞ୍ଚା ଦେଉନାହିଁ ପୋଲିସ୍‌ । ଜିଲ୍ଲା ପୁଲିସ ମୁଖିଆ ନିତିନ କୁଶଲକରଙ୍କ କଡା ନିର୍ଦ୍ଦେଶକୁ ପାଳନ ପୂର୍ବକ ସଂପୂର୍ଣ୍ଣ ପୋଲିସ ବିଭାଗ ଘନଘୋର କାର୍ଯ୍ୟାନୁଷ୍ଠାନ ମୁହାଁ ଏବେ । କେବଳ ଏତିକି ନୁହେଁ, ବେଆଇନ ଦେଶୀ ବିଦେଶୀ ମଦ ବିକାଳି ଓ ବେଆଇନ୍‌ କଫ୍‌ ସିରପ୍‌, ନିଶା ଟାବ୍‌ଲେଟ୍‌ ବିକ୍ରି କରୁଥିବା ଲୋକଙ୍କ ପାଇଁ ବି ପୋଲିସ ଆଟେନ୍‌ସନ୍‌ ଆତଙ୍କ ସୃଷ୍ଟି କରିଛି । ଗତ ତିନିଦିନ ତଳେ କଫ୍‌ସିରଫ୍‌ ବିକ୍ରି ଅଭିଯୋଗରେ ଶାନ୍ତିପଡାର ଜଣେ ଯୁବକ ପୋଲିସ ଦ୍ୱାରା ଗିରଫ୍‌ ହୋଇଥିବା ବେଳେ ଗତ ଦୁଇଦିନ ତଳେ ମଧ୍ୟାହ୍ନ ସମୟରେ ବେଆଇନ୍‌ ବିଦେଶୀ ମଦ ବେପାରରେ ଅନ୍ୟ ଜଣେ ଯୁବକଙ୍କୁ ଗିରଫ୍‌ କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ୍‌ ସୂଚନା ଦେଇଛନ୍ତି । ପୁଣି ଗତ ୨୪ ତାରିଖ ଦିନ ବେଆଇନ୍‌ ଦେଶୀ ମଦ କାରବାରରେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ମଧ୍ୟ ବଲାଙ୍ଗିର ପୋଲିସ ଗିରଫ୍‌ କରି କୋର୍ଟ ଚାଲାଣ କରିଥିଲା । ଏବେ ସମସ୍ତ ପ୍ରକାର ଅପରାଧକୁ ମୂଳପୋଛ କରିବା ଲକ୍ଷ୍ୟରେ ବଲାଙ୍ଗିର ପୋଲିସର ଏଭଳି ଘମାଘୋଟ ପଦକ୍ଷେପ ଯୋଗୁଁ ଅପରାଧୀମାନେ ତନାର୍‌ ତନାର୍‌ ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି । କେତେବେଳେ କାହାର ପ।।ଳି ପଡୁଛି, ଏ ଦିଗରେ ସାମାନ୍ୟ ବି ଅନ୍ଦାଜ୍‌ କରିପାରୁ ନାହାନ୍ତି ଅପରାଧୀମାନେ । ଖୋଲାଖୋଲି ସାଧାରଣରେ ଚର୍ଚ୍ଚା ହେଉଛି, ବଲାଙ୍ଗିର ପୁଲିସର ଆଟେନ୍‌ସନ୍‌ । ଅପରାଧୀଙ୍କ ପାଇଁ ଫୁଲ୍‌ ଟେନ୍‌ସନ୍‌ ।

yuvodaya
Leave A Reply

Your email address will not be published.