ଟିଟିଲାଗଡଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ୩୨୨ସି୨ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡଠାରେ ଆୟୋଜିତ ହୋଇଯାଇଛି । ଲାୟନ୍ସ କ୍ଲବ ଟିଟିଲାଗଡର ଆୟୋଜନରେ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀରେ ୪୯ଟି କ୍ଲବରୁ ୪୧୩ ସଦସ୍ୟ ଆସି ପଞ୍ଜିକରଣ କରାଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଜିତେନ୍ଦ୍ର ସିଂ ଚୌହାନ ଏବଂ ତାଙ୍କ ପତ୍ନୀ ବବିତା ସିଂ, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ୩୨୨ସି୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ ଏବଂ ସପତ୍ନୀ ସ୍ୱାତି ଗୋୟଲ ଯୋଗ ଦେଇଥିଲେ । କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନ ଚାରିଟା ସମୟରେ ସ୍ଥାନୀୟ ବିଆର୍‌ସି ବିଲ୍ଡିଂଠାରୁ ଡିଏନ୍‌ ରିସର୍ଟ ଯାଏଁ ଏକ ବିରାଟ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରର ବିଶେଷ ଆକର୍ଷଣ ଥିଲା ଘୋଡ଼ାନାଚ, ଡିଜେ ସାଉଣ୍ଡ ସିଷ୍ଟମ, ରଙ୍ଗ ବେରଙ୍ଗର ଫୋଟକା ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା କ୍ଲବ ସଦସ୍ୟ ଓ ସଦସ୍ୟାମାନେ ଶାନ୍ତିର ବାର୍ତ୍ତା ଦେବା ପାଇଁ ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥିଲେ । ଡିଏନ୍‌ ରିସର୍ଟଠାରେ ପହଞ୍ଚିବା ପରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ତା’ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦିତୀୟ ଦିନ ଅର୍ଥାତ ଉଦ୍‌ଯାପନୀ ଉତ୍ସବରେ ଆସନ୍ତା ବର୍ଷ ପାଇଁ ପ୍ରାର୍ଥୀଙ୍କ ଚୟନ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ନିର୍ବାଚିତ ହୋଇ ଆଗାମୀ ଡିଜି ହେବେ ପ୍ରବୀଣ ଅଗ୍ରୱାଲ, ଭିଡିଜି ୱାନ ହେଲେ ପ୍ରଦୀପ ବଂଶଲ, ଭିଡିଜିଟୁ ମମତା ଗୌତମ । ଫଳାଫଳ ଘୋଷଣା କରିଥିଲେ ପିଏମ୍‌ସିସି ସଦସ୍ୟ ସଞ୍ଜୟ ସାହୁ । ଏହି ସମ୍ମିଳନୀରେ ୩୨୨ସି୨ର ସମସ୍ତ ପୂର୍ବତନ ଡିଜିମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ସଫଳ କରାଇବାରେ ସମ୍ମିଳନୀ ଚେୟାରମେନ୍‌ ଶମ୍ଭୁ ପ୍ରସାଦ ଗୋୟଲ, କ୍ଲବ ସଂପାଦକ ଶୈଳେଶ ଗୋୟଲ, କ୍ଲବର ସର୍ଭିସ ଚେୟାର ପର୍ସନ ସଞ୍ଜୟ ନାୟକ, ସଦସ୍ୟ ସୌରଭ ସାହୁ, ଡ. ଘନଶ୍ୟାମ ଜୈନ, ଦୀପକ ପୃଷ୍ଟି, ସନ୍ତୋଷ ମହାନ୍ତି, ରାକେଶ ଜୈନ, ଅଜିତ ପାତ୍ର, ସୁଜିତ ଚୌଧୁରୀ, ରାମ ଗୋପାଳ ଚୌଧୁରୀ, ସତ୍ୟନାରାୟଣ ଶର୍ମା, ଈଶ୍ୱର ଜୈନ, ହଂସରାଜ ଜୈନ, ଆଶୀର୍ବାଦ ମହାପାତ୍ର, ଜିତେନ ପଟ୍ଟନାୟକ, କେ. ତ୍ରିନାଥ ରାଓ, ଗୋପାଳ ଲାଠ, ଲଳିତା ଲାଠ, ରତ୍ନାକର ସାହୁ, ଶ୍ରୀମତୀ ମିନାକ୍ଷୀ ସାହୁ, ବିନ୍ଦୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚଳନା କରିଥିଲେ ଟିଟିଲାଗଡ ଆୟୋଜନ ୱେଡିଙ୍ଗ ଏଣ୍ଡ ଇଭେଣ୍ଟର ପରିଚାଳକ ନିହାର ରଞ୍ଜନ ପାଣ୍ଡିଆ ।

Leave A Reply

Your email address will not be published.