jsm

ମାହେଶ୍ୱରୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବନ କୁମାର ତିୱାରୀ ୧୮୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡେଣ୍ଟ ବଲାଙ୍ଗିର, ସୁପରିଟେଣ୍ଡେଣ୍ଟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ମାନସୀ ପଣ୍ଡା, ବଲାଙ୍ଗିର ପୌରାଧ୍ୟକ୍ଷ ଲିକା ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ବୁଦ୍ଧିଜୀବୀ କୃଷ୍ଣଚନ୍ଦ୍ର ବଗର୍ତ୍ତି, ପ୍ରଭାକର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ, ଜ୍ୟୋତି ନାୟକ, କଶ୍ୟପ ସେଠ, କିଶୋର ମିଶ୍ର, ହେମନ୍ତ ପଣ୍ଡା, ଦଶମୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଦିନେଶ ଶର୍ମା, ଲୋଟସ ଷଡଙ୍ଗୀ, ବ୍ୟାସେବ ନନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ବ୍ଲଡ ବ୍ୟାଙ୍କର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରକୁ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ କରାଯାଇଥିଲା । ସମସ୍ତ ରକ୍ତଦାତାମାନଙ୍କୁ ତାଙ୍କ ଘରେ ଗଛ ଲଗାଇବା ପାଇଁ ଗୋଟିଏ ଗୋଟିଏ ଗଛ ଉପହାର ସ୍ୱରୂପ ଦିଆଯାଇଥିଲା । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଓ ସଭାପତି ଶୋଭନ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସଂଯୋଜକ ସୌମ୍ୟରଞ୍ଜନ ପଣ୍ଡା, ସୋମନାଥ ଘିଭେଲା, ଜିତନ୍ଦ୍ରେ ସାହୁ, ସାହିଲ ସିଂ ଗଡତ୍ୟା, ସଚ୍ଚିତା ମିଶ୍ର, ସୁମିତ ରାଓ, ପ୍ରିତିଶ ସାହୁ, ଶିବାନନ୍ଦ ସାହାଣୀ, ତୁଷାର ଦାସ, ସ୍ମରଣିକା ନାୟକ, ବିଷ୍ଣୁପ୍ରିୟା ପାଣି, ପଦ୍ମାଳୟା ବାରିକ, ସହ ସଂଯୋଜିକା କ୍ରିତିକା ଅଗ୍ରୱାଲ, ସୁଶ୍ରୀତା ଠାକୁର, ବୈଶାଳୀ ବହିଦାର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରିଥିଲେ ।

yuvodaya
Leave A Reply

Your email address will not be published.