jsm

ବଲାଙ୍ଗିର ଯୁବ କୁଲୁତା ସମାଜର ନୂତନ କର୍ମକର୍ତ୍ତା ଚୟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଡୁଙ୍ଗୁରିଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଅମିତ ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ । କ୍ଷୀତିଶ ଚନ୍ଦ୍ର ବିଶି ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ଯୁବ ସଭାପତି ଭାବେ ଅସୀମ କୁମାର ଭୋଇ, ଉପସଭାପତି ରୋଶନ ପ୍ରଧାନ ଓ ଜିତେନ୍ଦ୍ର ବିଶ୍ୱାଲ, ସଂପାଦକ ଭୁବନେଶ୍ୱର ଭୋଇ, ସହ ସଂପାଦକ ରୋହିତ ବିଶ୍ୱାଲ, କୋଷାଧ୍ୟକ୍ଷ ଅମିତ ବାରିକ, କାର୍ଯ୍ୟକାରୀ ସଦସ୍ୟ ଭାବେ ମୁକେଶ ପ୍ରଧାନ, ସୁଧିର ସା, ଅଞ୍ଜଳି ବିଶି, ପ୍ରୀତି ପ୍ରଧାନ, ଦିନେଶ ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ପ୍ରକାଶ ପ୍ରଧାନ, ଗଙ୍ଗାଧର ସା, ଅସ୍ମିତ ପ୍ରଧାନ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ଭାବେ ଶ୍ରୀମନ୍ତ ଗଡତ୍ୟାଙ୍କୁ ମନୋନୀତ କରାଯାଇଥିଲା । ପ୍ରଚାର ପ୍ରସାର ପ୍ରଭାରୀ ଭାବେ ପ୍ରେମ କିଶୋର ସାହୁ ମନୋନୀତ ହୋଇଥିଲେ । ବାସନ୍ତୀ ବିଶିଙ୍କୁ ମହିଳା ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଏ ଅବସରରେ ସୁଦାମ ପ୍ରଧାନ, ବିଶ୍ୱଜିତ ପ୍ରଧାନ ଓ ବାସୁଦେବ ସାହୁଙ୍କୁ ଦେଓଗାଁ ବ୍ଲକ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ଝୁନୁ ପ୍ରଧାନଙ୍କୁ ଲୋଇସିଂହା ଓ ନବକିଶୋର ସାହୁ ପୁଇଁନ୍ତଲା ବ୍ଲକ ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଆଜିର ଏହି ସଭାରେ ଅବସରପ୍ରାପ୍ତ ଏସିଷ୍ଟେଣ୍ଡ ଇଞ୍ଜିନିୟର କ୍ଷୀତିଶ ଚନ୍ଦ୍ର ବିଶି ଓ ସମ୍ମାନିତ ଅତିଥି ଭାବେ ରାଜସ୍ୱ ନୀରିକ୍ଷକ ସୁବୋଧ ବିଶ୍ୱାଲ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରୋହିତ ବିଶ୍ୱାଲ, ପ୍ରଶାନ୍ତ ବିଶ୍ୱାଲ, ସୁନିଲ ବିଶ୍ୱାଲ, ସୌମ୍ୟ ବିଶ୍ୱାଲ, ରମ୍ୟ ବିଶ୍ୱାଲ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.