
ମୁରିବାହାଲ, (କେପିଏନ୍ଏସ୍) : ଜାତୀୟ ରାଜପଥ-୫୯ର ମୁରିବାହାଲ ଥାନା ଗୁରୁଣ୍ଡା ଗାଁ ନିକଟରେ ଶନିବାର ଏକ କାର୍(ସିଜି ୦୪ ଏମ୍ ୫୪୩୩) ଏକ ବାଇକ୍(ଓଡି ୦୩ ଏଲ୍ ୧୨୭୩)କୁ ଧକ୍କା ଦେବା ଫଳରେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ପତ୍ରାପାଲି(କ) ଗାଁର ସାନେଟା ସାହୁ(୩୨), ତାଙ୍କ ଶାଳୀ ମିଲି(୧୫) ଓ ନିଜ ଦେଢବର୍ଷର ଶିଶୁଙ୍କୁ ବାଇକ୍ରେ ବସାଇ ଗୁରୁଣ୍ଡା ଗ୍ରାମକୁ ଯାଉଥିଲେ । ଏହି ସମୟରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ ଦୃତଗତିରେ ଯାଉଥିବା ଉକ୍ତ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଟିଟିଲାଗଡ ଓ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।