ଟ୍ରକ୍-ବସ୍ ମୁହାଁ ମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

ବାରିପଦା : ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ପାଲବଣୀ ବାଇପାସଠାରେ ଟ୍ରକ ଏବଂ ବସ ମୁହାଁ ମୁଁହି ଧକ୍କା ହୋଇଛି । ବସ ଡ୍ରାଇଭର ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପିଆର୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଶନିବାର ସକାଳେ ମଧୁସ୍ମିତା ନାମକ ଏକ ଯାତ୍ରୀବାହି ବସ ପାଲବଣୀ ବାଇପାସ ଦେଇ ରଙ୍ଗ ରୁଟରେ ମଞ୍ଛାବନ୍ଧା ଅଭିମୁଖେ ଯାଉଥିବା ବେଳେ ଗୁଜୁରାଟରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା ।

ଫଳରେ କିଛି ସମୟ ଧରି ଟ୍ରକ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଟ୍ରକ ଓ ବସକୁ ହଟାଇଛି ।

Leave A Reply

Your email address will not be published.