ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଝାରବାହାଲି ରଘୁନାଥ ମଠ ପରିସରରେ ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ସଭାପତିତ୍ୱ କରିଥିବା ବେଳେ ପଶ୍ଚିମ ଓଡିଶାର ଅନେକ ମଠର ମହନ୍ତ ଓ ସାଧୁ ସମାଜ ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ଝାରବାହାଲି ରଘୁନାଥ ମଠରେ ବଲରାମ ଦାସଙ୍କୁ ମଠାଧୀସ ରୂପରେ ସାଧୁସମାଜ ଆଶିନ କରି ତାଙ୍କୁ ସୁଆଶୀର୍ବାଦ ପ୍ରଦାନ କଲେ । ଏହି ଅବସରରେ ଅଯୋଧ୍ୟା, କାଶି, ବାରାଣାସୀ, ପୁରୀ ମଠର ମହନ୍ତଙ୍କ ଆଗମନ ହୋଇଥିଲା । ଶେଷରେ ସାଧୁସେବା ଓ ପ୍ରସାଦ ସେବନ କରାଯାଇଥିଲା ।

Leave A Reply

Your email address will not be published.