csstore

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନିକଟସ୍ଥ ହର୍ଡାଟାଲ୍‌ ବିଭାଗର କଇଣ୍ଡାପାଲି ଗାଁ ନିକଟରେ ୫୦ଟି ଶାଗୁଆନ୍‌ ସାଇଜ୍‌, ୬ଟି ଶାଗୁଆନ୍‌ ଗଣ୍ଡି ଏବଂ ୮ଟି ଶାଗୁଆନ୍‌ ପୋଲ ଜବତ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଶ୍ରୀପତି ପଟେଲଙ୍କୁ ମଧ୍ୟ ଗିରଫ୍‌ କରାଯାଇଥିବା ଜଣାପଡ଼ିଛି । ତେବେ ଜବତ୍‌ ସାମଗ୍ରୀକୁ ରେଂଜ ଅଫିସ୍‌ କ୍ୟାମ୍ପସ୍‌କୁ ଅଣାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି । ରେଂଜ ଅଧିକାରୀ କେଶବ କିଶୋର ନାୟକଙ୍କ ତତ୍ୱାବଧାନରେ ଫରେଷ୍ଟର ବ୍ୟାସଦେବ ସାହୁ, ଜେନା ରାଉତ, ହରିବଂଶ ପଧାନ, ଫରେଷ୍ଟଗାର୍ଡ ରଂଜିତ କୁମ୍ଭାର, ଭାରତୀ ଜାନୀ, ଶୁଭସ୍ମିତା ମେହେର, ରାଜେଶ୍ୱରୀ ନାଗ, ସୁକାନ୍ତୀ ସରାଫ, ସୁନୀତା ମୁଣ୍ଡା, ଉଲ୍ଲାସ ସେଠ, ଜ୍ୟୋତିରଂଜନ ବଗର୍ତ୍ତି, ବସନ୍ତ ମହାକୁର, ଆଦିତ୍ୟ ମାଝୀ, ସଂଜୟ ନନ୍ଦଙ୍କ ସହିତ ବଲାଙ୍ଗିର ରେଂଜର ପାରାଷ୍ଟାଫ୍‌ ଏହି ଚଢ଼ାଉରେ ସାମିଲ୍‌ ଥିଲେ ।

jayashree
Leave A Reply

Your email address will not be published.