ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ ଉଦ୍‌ଯାପନୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ହିଲପାଟଣା ସ୍ଥିତ ଏସ୍‌ଏମ୍‌ଆଇଟି ପରିସରରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ, ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଦୈନିକ ଆଶାର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦ୍‌ଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆକାଶବାଣୀର ଭୂତପୂର୍ବ ନିର୍ଦ୍ଦେଶକ ତଥା ଖ୍ୟାତନାମା ଉଦ୍‌ଘୋଷକ ହୃଶୀକେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଏସଏମଆଇଟି ସଭାପତି ଡ଼. ଭଗବାନ ଗନ୍ତାୟତ, ଆକାଶବାଣୀର ଅନ୍ୟତମ ଉଦ୍‌ଘୋଷକ ଅରୁଣ ଶତପଥୀ ମୁଖ୍ୟବକ୍ତା ତଥା ୟୁ.ଏ.ଏ.ର ସମ୍ପାଦକ ମଙ୍ଗରାଜ ପଣ୍ଡା ଓ ବ୍ରହ୍ମପୁର ଅର୍ବାନ ସେଣ୍ଟରର ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡ଼ିଓର ଇତିହାସ ଓ ସମାଜରେ ଶାନ୍ତି ବଜାୟ ରଖିବା ଦିଗରେ ରେଡ଼ିଓର ଭୂମିକା ଦିଗରେ ଆଲୋକପାତ କରିଥିଲେ । ଗ୍ରାମୀଣ, ସହର, ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ ତଥା ଆବାଳବୃଦ୍ଧ ବନିତାଙ୍କ ଦୈନନ୍ଦିନ ଜୀବନ ବିଶେଷ କରି ଆମ ରାଜ୍ୟରେ ବିପତ୍ତି ସମୟରେ ରେଡ଼ିଓର ମହାନ ଭୂମିକା ବିଷୟରେ ମଧ୍ୟ ଅତିଥିମାନେ ସେମାନଙ୍କ ଭାଷଣରେ ସୂଚନା ଦେଇଥିଲେ । ଅସ୍ତିତ୍ୱ, ପ୍ରଶାନ୍ତି ଏଜୁକେସନାଲ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଓ ଆଶା ଅନୁଷ୍ଠାନ ତରଫରୁ ରେଡ଼ିଓ ସହିତ ଫଟୋ ଏବଂ ଗୋଟିଏ ରେଡ଼ିଓ ଉପରେ ଆଧାରିତ ବାର୍ତ୍ତା ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳ ତଥା ଓଡିଶା ବାହାରରୁ ମଧ୍ୟ ବହୁସଂଖ୍ୟାରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅତିଥିମାନଙ୍କର ତଥା ଅଂଶଗ୍ରହଣକାରୀ ମାନଙ୍କର ସହଯୋଗ ପାଇଁ ତିନି ଅନୁଷ୍ଠାନର କର୍ମକର୍ତ୍ତା ଡ. ମମତା ଦାଶ ଓ ପ୍ରଭାକର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁୁଦିପ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସ୍ୱତନ୍ତ୍ର ଭାବେ ସତ୍ୟ ମହାରଣା, ସାମ୍ୱାଦିକ, ଶୁଭଦ୍ରା ଶୁକ୍ଳା.ପି, ଧର୍ମା ରାଓ ଓ ସ୍ମିତା ସ୍ଵିନି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.