ବାଇକ୍‌ରୁ ପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବୁର୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲଛିପୁର ଗ୍ରାମର ସୁଜନ ରଣା(୨୩) ଗତ ରାତିରେ ନିଜ ଗ୍ରାମରୁ କୌଣସି କାମ ପାଇଁ ବଲାଙ୍ଗିର ଆସିଥିଲେ । ନିଜ ଘରକୁ ଫେରିବା ସମୟରେ ଲୋଇସିଂହା ବ୍ଲକ ବୁର୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତକଡରେ ପଡିଯାଇଥିଲେ । ଫଳରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍‌ ସାହାଯ୍ୟରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.