ଆଇଆରଇ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ ଆଇ.ଆର.ଇ.ଏଲ୍.ଇଣ୍ଡିଆ ଲିଃ. କଲୋନୀ ପରିସରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ଓ ଜାଗର ମେଳା ସମାରୋହ ବର୍ଣ୍ଣାଢ଼୍ୟ ଓ ନିଆରା ପରମ୍ପରା କ୍ରମେ ପାଳିତ ହୋଇଯାଇଛି । କଲୋନୀ ପରିସରରେ ରହୁଥିବା ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷା ଓ ଜାତି, ଧର୍ମ, ବର୍ଣ୍ଣର ଲୋକମାନଙ୍କ ମଧ୍ୟରେ ଏକତାର ଭାଇଚାରା ନେଇ ଆନନ୍ଦରେ ଜାଗର ଦୀପ ଜାଳି ଭକ୍ତି ଭାବାପନ୍ନରେ ସମସ୍ତେ ଆବଦ୍ଧ ହୋଇ ଶିବ ଓ ହରିନାମ ଗାଇ ଜାଗର ପାଳିଥିଲେ । ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ବେଢ଼ା ପରିସରରେ ଥିବା ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା ଏବଂ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଭକ୍ତିଭାବର କୋଳାହଳ ସୃଷ୍ଟି କରିଥିଲା । ସୋମବାର ସନ୍ଧ୍ୟାରେ ଏହି ଉପଲକ୍ଷେ ଶିବଙ୍କ ମନ୍ଦିରରେ ଏକ ସ୍ୱତନ୍ତ୍ର ଅନ୍ନପ୍ରସାଦ ଆପ୍ୟାୟିତରେ ସାମୁହିକ ସମ୍ମେଳନ ଏବଂ ଭୋଜିଆସର ରହିଛି । ଆଇ.ଆର.ଇ.ଏଲ୍.ଇଣ୍ଡିଆ ଲିଃ. କମ୍ପାନୀର କର୍ମଚାରୀ, ପଦାଧିକାରୀ, ପୂର୍ବତନ ଓ ନୂତନ ସଂଗଠନର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.