csstore

ସଇଁନ୍ତଲାରେ ଆବାସ ତାତି, ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ସଇଁନ୍ତଲା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିବା ସାଙ୍ଗକୁ କେହିଁ ଜଣେ ବ୍ୟକ୍ତି ମଧ୍ୟ ମାଟି ଘରେ ରହିବେ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଉଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଶତାଧିକ ଲୋକେ ଆବାସ ଯୋଜନାରୁ ବାଦ ପଡିଥିବା ବେଳେ ଅସନ୍ତୋଷ ଦେଖା ଦେଉଛି । ଏହାକୁ ନେଇ ଆଜି ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟରେ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆବାସ ଯୋଜନାରୁ ଅନେକ ଲୋକ ବାଦ ପଡିଥିବା ନେଇ ବିବାଦ ବଢ଼ିବାରେ ଲାଗିଛି । ଶତାଧିକ ଲୋକେ ସ୍ଥାନୀୟ ବ୍ଲକ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ବ୍ଲକ ପ୍ରଶାସନ ବିରୁଦ୍ଧରେ ନାରା ଦେଇଥିଲେ । ବଡ଼ ବଡ଼ିଆ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ଏବଂ ଗରିବ ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ଗର୍ଜି ଥିଲେ । ଏନେଇ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ବିଜେପି ଦଳ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ସାଙ୍ଗକୁ ଆବାସ ଯୋଜନାରେ ସାମିଲ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ରାଜ୍ୟଯୁବ ମୋର୍ଚ୍ଚା ସଦସ୍ୟ ନୃସିଂ ସିଂହ, ସଇଁନ୍ତଲା ମଣ୍ଡଳ ସଭାପତି ଦଇତାରୀ ଭୋଇ, କରୁଣା ପଶାୟତ, ଗଦାଧର ବଗର୍ତ୍ତି, ଲବେନ୍ଦ୍ର ବେହେରା, ରବୀନ୍ଦ୍ର ସାହୁ, ସୁବାସ ବେହେରା, ଦର୍ଶନ ପଧାନ, ତ୍ରିନାଥ ସାହୁ ପ୍ରମୁଖ ସାମିଲ ହୋଇ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.