oom

ଭରସୁଜାରେ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଜାତୀୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଝରନିପାଲୀ ସରପଂଚ ସୁନୀତା ସାହୁ, ଭରସୁଜା ସରପଂଚ ପ୍ରମିଳା ସାହୁ, ନୁନିଆପାଲୀ ସରପଂଚ ପୁଷ୍ପାଞ୍ଜଳି ସାହୁ, ରୋକ ସରପଂଚ ଜୟଲାଲ ସିନ୍ଦୁର, ଆୟୁଷ ଡା. ଚିନ୍ମୟ ପାଢୀ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ କେଶବ ରଂଜନ ପଧାନ, ବଲାଙ୍ଗିର ଚେସ୍‌ ଆସୋସିଏସନ ସଭାପତି ଶୁକଦେବ ଗୁରୁ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ବିଘ୍ୱେଶ୍ୱର ଯୋଶୀ । ଭରସୁଜା ଚେସ୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ପଟେଲ, ସଂପାଦକ କରୁଣାକର ପାତ୍ର, କୋଷାଧ୍ୟକ୍ଷ ଭଜମନ ସାହୁ ଉକ୍ତ ଟୁର୍ଣ୍ଣାମେଣ୍ଟର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଜାତୀୟସ୍ତରୀୟ ଖେଳାଳି ଯୋଗଦେଇ ଥିବାରୁ ଅଂଚଳରେ ଖୁସିର ଲହରି ଖେଳି ଯାଇଥିବା ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟଟି ୪ତମ ଟୁର୍ଣ୍ଣାମେଣ୍ଟ ଭାବେ ଉଦ୍‌ଘାଟିତ ହୋଇଯାଇଛି ।

jittmm
Leave A Reply

Your email address will not be published.