jsm

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ

csstore
  • ବର୍ଷେ ତଳେ ନକ୍ସଲଙ୍କ ବୋମା ବିସ୍ଫୋରଣରେ ଘଟିଥିଲା ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ କରାଯାଇଛି । ଗତବର୍ଷ ଫେବୃଆରୀ ମାସ ୫ ତାରିଖରେ ମାଓବାଦୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହେଇଥିଲା । ଠିକ ବର୍ଷଟିଏ ପରେ ଆଜି ବି ରୋହିତଙ୍କ ସ୍ମୃତି ତାଜା ହୋଇ ପଡ଼ୁଥିବା ବେଳେ ଆଜି ବି ତାଙ୍କୁ ମୋହନଗିରି ମାଟି ଝୁୁରୁଛି । ସେତିକି ବେଳେ ତ୍ରିସ୍ତରୀୟ ନିର୍ବାଚନର ପ୍ରଚାର ଚାଲିଥିବା ବେଳେ ଏହି ନିର୍ବାଚନକୁ ବର୍ଜନ ଦାବୀରେ ଲାଲବାହିନୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଡ଼ମ୍ବକର୍ଲାଖୁଂଟାର ଦୁଲେନ ଛକ ନିକଟ ରାସ୍ତାରେ ଲାଗିଥିଲା ଏବଂ ଏହି ଖବର ସଂଗ୍ରହ କରିବାକୁ ସେଦିନ ଦିବା ପ୍ରାୟ ଏଗାର ଘଂଟା ସମୟରେ ରୋହିତ ଯାଇଥିଲେ ଏବଂ ଲାଲବାହିନୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପ୍ରଶାସନ ତରଫରୁ ସମୁଦାୟ ୧୩ ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବା ବେଳେ ବିଭିନ୍ନ ସ୍ତରରେ ରୋହିତ ବିଶ୍ୱାଳଙ୍କୁ ମିଳିଛି ମରୋଣତ୍ତୋର ସମ୍ମାନ । ଚଳିତ ଜାନୁଆରୀ ୨୬ ତାରିଖ ଦିନ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ପ୍ୟାରେଡ଼ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ତରଫରୁ ସ୍ୱର୍ଗତ ନବ ଦାସଙ୍କ ଦ୍ୱାରା ସ୍ୱର୍ଗତ ସାମ୍ବାଦିକଙ୍କ ପତ୍ନୀ ମାଧବୀ ବିଶ୍ୱାଳ ଏହି ସମ୍ମାନ ଗ୍ରହଣ କରିଛନ୍ତି । ରୋହିତଙ୍କ ପୁଅ ଓ ଝିଅ ବର୍ତ୍ତମାନ ଅଧ୍ୟୟନରତ ଅଛନ୍ତି । ତେବେ ଆଜି ବି ମୋହନଗିରି ମାଟି ରୋହିତ ବିଶ୍ୱାଳଙ୍କୁ ଝୁରି ହେଉଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ରୋହିତ ବିଶ୍ୱାଳଙ୍କ ସହୀଦ ସମ୍ମାନ ପ୍ରଦାନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

yuvodaya
Leave A Reply

Your email address will not be published.