csstore

ବରଗଡ଼ ଶିକ୍ଷା ବିଭାଗ ତରଫରୁ ୮ ଜଣିଆ ଦଳର ଦିଲ୍ଲୀ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ତରଫରୁ ୮ ଜଣିଆ ଦଳ ମଙ୍ଗଳବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଷ୍ଟାରସ ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରତିଷ୍ଠାନର ଚାରିଜଣ ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ ବେଣୁଧର ବରିହା, ଜନକ ସେଠ, ଗଗନ ବେହେରାଙ୍କ ସହ ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁ, ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ, ପ୍ରାୟୋଗଶାଳା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟମୁଖୀ ମଲ୍ଲିକ, ସହକାରୀ ଶିକ୍ଷକ ମୋହିତ କୁମାର ପତି ଅଛନ୍ତି । ଏହି ଗସ୍ତ ସମ୍ବଲପୁରରୁ ଆରମ୍ଭ ହୋଇ ଦିଲ୍ଲୀରେ ଶେଷ ହେବ । ୬ ଦିନ ଧରି ସେଠାରେ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ ସହ ତାଲିମ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି ।

jayashree
Leave A Reply

Your email address will not be published.