csstore

ବିଦ୍ୟୁତ କର୍ମଚାରୀ ଧିରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସୋଲାର ପ୍ଲାଣ୍ଟ ବରକାନିଠାରେ ବିଦ୍ୟୁତ ବିଭାଗର ପୂର୍ବତନ ହେଲପର୍ ଧିରେନ୍ଦ୍ର ସାହୁଙ୍କୁ ଆର୍‌ଇସି ସେକ୍ସନ୍ ପୁଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ମଞ୍ଚାସୀନ ହୋଇଥିଲେ ସେକ୍ସନ ଅଫିସର୍ ରିଆଜୁଲ ହକ୍, କମର୍ସିଆଲ ଜେଇ ମନୋଜ ପାତ୍ର, ଲାଇନମ୍ୟାନ ପବିତ୍ର ଖୁଣ୍ଟିଆ, ଲାଇନମ୍ୟାନ ଶିବପ୍ରସାଦ ମିସ୍ତ୍ରୀ, ଲାଇନମ୍ୟାନ ରମେଶ ସାହୁ ଏବଂ ଲାଇନମ୍ୟାନ ହରିହର ପଧାନ ଯୋଗଦେଇ ଅବସର ନେଇଥିବା ଧିରେନ୍ଦ୍ର ସାହୁଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ନିଜ ବକ୍ତବ୍ୟରେ ସମସ୍ତ ଅତିଥିଗଣ ଧିରେନ୍ଦ୍ର ସାହୁଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ହିନ୍ଦୁସ୍ଥାନ ସୁପରଭାଇଜର୍ ଗୋପୀନାଥ ବେହେରା, ପ୍ରଶାନ୍ତ ସାଏ, ପ୍ରଶନ୍ନ ପଧାନ, ମଣ୍ଟୁ ଚନ୍ଦନ, ରାଜା ମୁର୍ମୁ, ପିଣ୍ଟୁ ଚନ୍ଦନ, ନିରାକାର ପଧାନ, ସୁରୁ ସାହୁ, ମନୋଜ ନନ୍ଦ, ଶରତ ନନ୍ଦ, ସଲୀଲ ଥନାପତି, କୁନା ଥନାପତି, ପ୍ରବୀଣ ପଧାନ, ବିମ୍ବାଧର ସାଏ ଏବଂ ଅନ୍ୟାନ୍ୟ ଷ୍ଟାଫ୍ କର୍ମଚାରୀ ଯୋଗଦେଇ ଶ୍ରୀ ସାହୁଙ୍କ ବାକି ଅବସର ଜୀବନ ଉଜ୍ଜଳ ହେଉ ବୋଲି ମତ ରଖିଥିଲେ ।

jayashree
Leave A Reply

Your email address will not be published.