ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା କାଲି ସୋମବାରଠାରୁ ୩/୨/୨୩ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ରୁଦ୍ର ମହାଯଜ୍ଞ, ବିଗ୍ରହ ଓ ଅଟ୍ଟାଳିକା ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୭, ବି ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ୯ ଜଣ ବିଜ୍ଞ ପଣ୍ଡିତ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ଅଙ୍କୁର ରୋପଣ, ମଙ୍ଗଳବାର ପ୍ରାତଃ ୮:୪୦ ସମୟରେ କଳସ ଯାତ୍ରା, ବୁଧବାର ଯଜ୍ଞଶାଳା ପରିକ୍ରମା, ଗୁରୁବାର ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା, ଶୁକ୍ରବାର ପୂର୍ଣ୍ଣାହୂତି ସହିତ ସଂଧ୍ୟା ୭ ଘଟିକା ସମୟରେ ପ୍ରବାସୀ କ୍ଳବ୍ ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ, ଭଜନ ସଂଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦାଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସହିତ କର୍ମକର୍ତ୍ତାମାନଙ୍କୁ ସାହାଯ୍ୟ ସହଯୋଗ ଓ ଉତ୍ସାହିତ କରିବା ପାଇଁ ମନ୍ଦିର କମିଟି ତରଫରୁ ସଭାପତି ବେଦ ପ୍ରକାଶ ତିୱରୀ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ।
Prev Post