csstore

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘ ବଲାଙ୍ଗିରର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ପ୍ରତ୍ୟେକ ଜିଲ୍ଲା ସଭାପତିଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ତଫସିଲ ଭୁକ୍ତ ଜାତିରେ ଅନ୍ତର୍ଭୁକ୍ତ କରାଯାଉ, ମାଟିକଳା ବୋର୍ଡ ଗଠନ, କୁମ୍ଭାର କାରିଗରୀଙ୍କୁ କାରିଗରୀ ମାନ୍ୟତା ଓ ଭତ୍ତା ପ୍ରଦାନ ଉପରୋକ୍ତ ଦାବୀ ଗୁଡିକ ସର୍ବସମ୍ମତି କ୍ରମେ ପାରିତ ହୋଇ ଉପସ୍ଥାପନା କରାଯାଇଥିଲା । ସଭାରେ ପଶ୍ଚିମ ଓଡିଶା ସାଧାରଣ ସଂପାଦକ ଅରୁଣ ରଣା ବିବରଣୀ ପଠନ କରିଥିଲେ । କୋଷାଧ୍ୟକ୍ଷ ଚକ୍ରପାଣି ରଣା, ଉପଦେଷ୍ଟା ଅମରେନ୍ଦ୍ର ରଣା, ରଘୁରାଜ ରଣା, କମ୍ବୁପାଣି ରଣା, ବଲାଙ୍ଗିର ସଭାପତି ଭିକାରୀ ରଣା, ବରଗଡ ଲାବଣ୍ୟ ରଣା, ସମ୍ବଲପୁର ହରିହର ରଣା, ବୌଦ୍ଧ ସୁରେଶ ରଣା, ଯୁଗଳ କିଶୋର ରଣା, ଜଗତରାମ ରଣା, ନିରାକାର ରଣା, କୃଷ୍ଣ ରଣା ଓ ସମସ୍ତ ପଶ୍ଚିମ ଓଡିଶାର ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ସହଯୋଗ କରିଥିଲେ ନୃପରାଜ ରଣା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟ ସଭାରେ କୁମ୍ଭାର ଜାତିଙ୍କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିବାରୁ ସମାଜ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ ଉପସଭାପତି ଦିଲିପ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.