ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦିବଂଗତ ଡେମୋଷ୍ଟ୍ରେଟରଙ୍କ ବିୟୋଗରେ ଶୋକସଭା

csstore

ଆଗଲପୁର, (ସୁଶିଲ କୁମାର ମିଶ୍ର) : ରୋତ୍‌ ସ୍ଥିତ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦିବଂଗତ ପଦାର୍ଥ ବିଜ୍ଞାନ ଡେମୋଷ୍ଟ୍ରେଟର ରକ୍ଷା ନାଗଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ବରିଷ୍ଠ ପ୍ରାଧ୍ୟାପକ ଅନୁପ ଖମାରୀ, ଅଧ୍ୟାପକ ଲଳିତ କୁମାର ପାତ୍ର, ଡ. ସୁବିଜ୍ଞ ଗଡତ୍ୟା, ପ୍ରମୋଦ କୁମାର ଦାଶ, ଗତିକୃଷ୍ଣ ଯୋଶୀ, ଆନନ୍ଦ ମେହେର, ଦୈତାରୀ ସବର, ହିମାଂଶୁ ଶେଖର ମହନ୍ତ, ଗୋପାଳ ସାହୁ, ସୋମନାଥ ପ୍ରଧାନ, ନିଳାମ୍ବର ବାରିକ, ଡେମୋଷ୍ଟ୍ରେଟର ଶେଷଦେବ ଦାନୀ, ନରେଶ ପଟେଲ, ଅଭିଲାଶ ଯୋଶୀ, ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀମାନେ ଏହି ସଭାରେ ଯୋଗଦେଇ ଦିବଂଗତ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ମହାବିଦ୍ୟାଳୟରେ ଅନୁପସ୍ଥିତ ଥିବା ପଦାର୍ଥ ବିଜ୍ଞାନ ଡେମୋଷ୍ଟ୍ରେଟର ରକ୍ଷା ନାଗ ଆଜି ଭୋର ସକାଳୁ ଡୁଙ୍ଗୁରିପାଲି ନିକଟସ୍ଥ ଚିନାଜୁରୀ ଗ୍ରାମ ଦେଇ ଯାଇଥିବା ରେଳ ଲାଇନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଇଛି ।

Leave A Reply

Your email address will not be published.