ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍‌କୁ ଏବେ ଅମୃତ ଉଦ୍ୟାନ କୁହାଯିବ, ଜାନୁୟାରୀ ୩୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଉଦ୍ୟାନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ନିର୍ମିତ ବିଭିନ୍ନ ପ୍ରକାରର ଫୁଲ ପାଇଁ ପ୍ରସିଦ୍ଧ ମୋଗଲ ଗାର୍ଡେନ୍‌ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହା ଏହି ନାମରେ ପରିଚୟ ଅର୍ଜନ କରିବ । ସୂଚନା ଅନୁଯାୟୀ, ପ୍ରତିବର୍ଷ ପରି ଏଥର ମଧ୍ୟ ଜାନୁଆରୀ ୩୧ରୁ ସାଧାରଣ ଲୋକଙ୍କ ପାଇଁ ‘ଅମୃତ ଉଦ୍ୟାନ୍’ ଖୋଲୁଛି । ଏହା ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତିବର୍ଷ ଦେଶ ତଥା ବିଦେଶର ଲୋକମାନେ ଏହି ଉଦ୍ୟାନର ସୌନ୍ଦର୍ଯ୍ୟ ଦେଖିବାକୁ ଆସନ୍ତି । ରାଷ୍ଟ୍ରୀୟ ଭବନ ଦେଇଥିବା ସୂଚନାରେ କୁହାଯାଇଛି ଯେ, ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନଠାରୁ ଏହା ଅମୃତ ଉଦ୍ୟାନ ଭାବରେ ଗ୍ରହଣୀୟ ହେବ ।

Leave A Reply

Your email address will not be published.

9 + fifteen =