pakka

ଶିକ୍ଷକ ଏବଂ ଅଭିଭାବକ ସଭା ଅନୁଷ୍ଠିତ

bbehera

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଭିଭାବକଙ୍କ ସମ୍ମିଳିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଜୀବନ ନିର୍ମାଣ ଏବଂ ଛାତ୍ରବୃତ୍ତିର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ଅଧ୍ୟାପିକା ଶୁଭଶ୍ରୀ ସାହୁ ଧନ୍ଦାମୂଳକ ଶିକ୍ଷାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ତଥା ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଛାତ୍ରଛାତ୍ରୀମାନଙ୍କ ଭୂମିକାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତ ଅଭିଭାବକ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ବିଭିନ୍ନ ଦିଗ ବିଷୟରେ ନିଜ ନିଜ ମତ ରଖିଥିଲେ । ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଦେଇଥିବା ବେଳେ ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ମୁକେଶ ପଟ୍ଟନାୟକ, ପ୍ରଶାନ୍ତ କୁମାର ଥନାପତି, ବାଳଶଙ୍କର ମେହେରଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen + five =