pakka

୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପଡିଆରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ଜନକଲାଲ ମେହେର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିବା ପରେ ଧ୍ୱଜ ଆରୋହଣ କରି ଉଦ୍‌ଘାଟନ ଘୋଷଣା କରିଥିଲେ ଓ ଶରୀରକୁ ସୁସ୍ଥ ଓ ନୀରୋଗ ରଖିବା ପାଇଁ ଶାରୀରିକ ଓ ବ୍ୟାୟାମର ଉପଯୋଗିତା ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଏହି କ୍ରୀଡ଼ା ସମାରୋହରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାଗ ନେବାକୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ କାଳି ମନ୍ଦିରରୁ ଜ୍ୟୋତି ଆଣି ଜ୍ୟୋତି ପ୍ରବେଶ କରାଯାଇଥିଲା ଓ ବ୍ୟାୟମ ଯୋଗ ପ୍ରଦର୍ଶନ କରି ଉଦ୍‌ଘାଟିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଚୈତନ୍ୟ ଭୋଇ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ପ୍ରଦର୍ଶନ ଭାବରେ କିଶୋର ବର୍ଗ ଭଉଣୀମାନଙ୍କ ୪୦୦ ମି. ଦୌଡ ହୋଇଥିଲା । ଆସନ୍ତା କାଲି ଏହି ସମାରୋହଟି ଉଦ୍‌ଯାପିତ ହେବ ।

Leave A Reply

Your email address will not be published.

three − 2 =