ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । ତେବେ କେଉଁଟ, କୈବର୍ତ୍ତ ଓ ଧିବର ଜାତିର ଲୋକମାନେ ଅନୂସୁଚିତ ଜାତି ବର୍ଗରେ ସାମିଲ ଥିବା ବେଳେ ଏମାନଙ୍କୁ ହଟାଇବା ପାଇଁ ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ତଥା ବିଏସ୍‌ପି ନେତା ଦ୍ରୋଣ କୁମ୍ବାରଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭା ଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଯଥାଶୀଘ୍ର ଏହି କେଉଁଟ, କୈବର୍ତ୍ତ ଓ ଧିବର ଜାତିର ଲୋକମାନଙ୍କୁ ଅନୂସୁଚିତ ଜାତି ବର୍ଗ ତାଳିକାରୁ ହଟାଇବା ପାଇଁ ଦାବୀ କରିଥିଲେ । ଅନ୍ୟପଟେ ସରକାର ଅନୂସୁଚିତ ଜାତି ବର୍ଗର ତାଳିକାରେ ଥିବା ସମସ୍ତ ଲୋକମାନଙ୍କୁ ଅନେକ ପ୍ରକାରର ସାହାଯ୍ୟ କରୁଥିବା ବେଳେ ଏହି କେଉଁଟ, କୈବର୍ତ୍ତ ଓ ଧିବର ସମାଜର ଲୋକମାନେ ମଧ୍ୟ ସରକାରଙ୍କ ତରଫରୁ ସାହାଯ୍ୟ ପାଇବାରେ ସାମିଲ ଅଛନ୍ତି ବୋଲି ବିଏସ୍‌ପି ନେତା ଦ୍ରୋଣ କୁମ୍ଭାର ନିଜ ବକ୍ତବ୍ୟରେ କହିଛନ୍ତି ।

Leave A Reply

Your email address will not be published.