ଦିଲ୍ଲୀରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ମଙ୍ଗଳବାର ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା । ଭୂମିକମ୍ପ ଝଟକା କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଅନୁଭୂତ ହୋଇଛି । ୫ ସେକେଣ୍ଡ ପାଇଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ, ଯେଉଁଠାରେ ଅପରାହ୍ନ ୨ଟା ୨୮ ମିନିଟ୍‌ରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଆସିଥିଲା, ଯାହା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ୟୁପିର ଅନେକ ଜିଲ୍ଲାରେ ଅନୁଭୂତ ହୋଇଥିଲା। ସୂଚନା ଅନୁସାରେ, ନେପାଳରେ ଭୂମିକମ୍ପର କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା । କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ ।

Leave A Reply

Your email address will not be published.