csstore

ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି କ୍ଷୀରସିନ୍ଧୁ ବଚ୍ଛାଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ବଙ୍ଗୋମୁଣ୍ଡା ବିଡ଼ିଓଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ନରେଶ ସିହ୍ନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ପକ୍ଷରୁ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦିଆଯାଉ ବୋଲି ସେମାନେ ଦାବୀ କରିଥିଲେ । ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ, ସିନ୍ଧେକେଲା ମଣ୍ଡଳ ବିଜେପି ସଭାପତି ମୁନିରାମ ନାଗ, ଭଞ୍ଜନ ତାଣ୍ଡି, ସିନ୍ଧେକେଲା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଦୁର୍ବାସା ସାହୁ, ଗଙ୍ଗାଧର ପୁଟେଲ, ବାବୁଲାଲ ସାହୁ, ଗୋପବନ୍ଧୁ ବେହେରା, ବେଣୁ ମଲ୍ଲିକ, ପପୁ ସାହୁ, ଅଭିମନ୍ୟୁ ବାଗ, ସୁଧୀର ବଚ୍ଛା, ନିଲାଞ୍ଚଳ ବଚ୍ଛା ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.