ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଦିନ ପାଳନ ହୋଇ ଯାଇଛି । ଏହି ଜୟନ୍ତୀ ଅବସରରେ ମୁଖ୍ୟଅତିଥି ସନ୍ଥ ଗୌରାଙ୍ଗ ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ସୁଭାଷ ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ଉପରେ ଆଲୋକପାତ କରିବା ସହିତ ଏକ ଶୃଙ୍ଖଳିତ ଜୀବନଜାପନ କରି ସମାଜରେ ଗଠନମୂଳକ କାର୍ଯ୍ୟ କରିବା ପାଇଁ କହିଥିଲେ । ସନ୍ଥ ଗୌରାଙ୍ଗ ଦାସ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ସଂଗୀତା ସାହୁ, ଉଷା ଦାଶ, ରଞ୍ଜିତା ସାହା, ଅନିତା ପାଣିଗ୍ରାହୀ, ନମିତା ସାହୁ, ଶିକ୍ଷକ ସେବକ ସେଠ୍‌ ଉପସ୍ଥିତ ଥିଲେ । ଶେଷରେ ସନ୍ଥ ଗୌରାଙ୍ଗ ଦାସ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Leave A Reply

Your email address will not be published.