oom

କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୭ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୭ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରଥମେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ସାହାଜୀକଟେନ ପୀଠରୁ ମଶାଲ ଆଣି ସଭାସ୍ଥଳରେ ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ସମ୍ମାନୀୟ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ସ୍କୁଲ ପରିଚାଳନା ସମିତିର ସଭାପତି ଦୁର୍ଦ୍ଦକ୍ଷ ହଂସ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆର୍‌ସିସି ଜିତାମିତ୍ର ବିଶି, ଅଶୁର୍ଲା କ୍ଲଷ୍ଟର ସିଆର୍‌ସିସି ହରପ୍ରସାଦ ମାଝୀ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ, ମା’ ସାହାଜୀ ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଓ ଶିକ୍ଷା ପରସ୍ପର ଛାତ୍ର ଜୀବନ ପାଇଁ ନିତାନ୍ତ ଆବଶ୍ୟକ । ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ । ଏଥିରେ ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ବରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । କ୍ରୀଡା ଶିକ୍ଷକ ନୀଳମଣି ବିଶି ଖେଳକୁ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.