ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା : ୫ ଆହତ

ଖୋର୍ଦ୍ଧା : ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା । ଘଟଣାରେ ଚାରି ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନା ପଠାଯାଇଥିବା ବେଳେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖାଯାଇଛି । ସୂଚନା ଯୋଗ୍ୟ, ଆଜି ସକାଳ ୯ଟା ସମୟରେ ଏହି ରାସ୍ତାରେ ଏକ କଦଳୀ ବୋଝେଇ ପିକ୍ଅପ୍ ଭ୍ୟାନ ପ୍ରଥମେ ଗୋଟିଏ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଏ ଗାଡ଼ି ଦୁଇ ଯାତ୍ରୀବାହୀ ଅଟୋ ସହିତ ପୁନର୍ବାର ଧକ୍କା ହେବା ପରେ ଗୋଟିଏ ଟାଟା ଏସି ଗାଡ଼ି ସହ ଧକ୍କା ଖାଇଥିଲା । ଏ ସମସ୍ତ ଯାନବାହନର ମୋଟ ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!